୩୬ ଦିନ ପରେ ଗିରଫ ହେଲା ଅମୃପାଲ ସିଂ
ପଞ୍ଜାବ: ଖଲିସ୍ତାନୀ ସମର୍ଥକ ତଥା ୱାରିସ ଦେ ପଞ୍ଜାବ ମୁଖ୍ୟ ପଳାତକ ଘୋଷିତ ଅମୃତପାଲ ସିଂକୁ ମୋଗା ଗୁରୁଦ୍ୱାରାରୁ ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ଅର୍ଥାତ୍ ୩୬ ଦିନ ହେଲା ପୋଲିସକୁ ଚକମା ଦେଉଥିଲା ଅମୃତପାଲ । ଖଲିସ୍ତାନୀ ସମର୍ଥକ ଅମୃତପାଲ ନାଁରେ ଅନେକ ଅପରାଧିକ ମାମଲା ରହିଛି ।
ପଳାତକ ଅମୃତପାଲ ସିଂର ପତ୍ନୀ କିରଣଦୀପ କୌରଙ୍କୁ ତିନି ଦିନ ପୂର୍ବେ ଏପ୍ରିଲ୍ ୨୧ ତାରିଖରେ ଅମୃତସର ବିମାନ ବନ୍ଦରରେ ଗୁରୁବାରରେ ଅଟକାଯାଇଥିଲା । ପୂର୍ବରୁ ଅମୃତପାଲ ସିଂର ସମସ୍ତ ସାଥୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ପୋଲିସ ତାଙ୍କ ପତ୍ନୀଙ୍କ ଉପରେ ଚାପ ପକାଇବା ପରେ ହିଁ ଅମୃତପାଲ ସିଂଙ୍କୁ ଗିରଫ ହୋଇଥିଲା । ଅମୃତପାଲକୁ ଡିଗ୍ରୁଗଢ୍ ଜେଲକୁ ପଠାଯାଇପାରେ ।

ମାର୍ଚ୍ଚ ୧୮ରୁ ଅମୃତପାଲ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଲଗାତାର ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଏହି ସମୟରେ ପୋଲିସ ତାଙ୍କର ଅନେକ ସହଯୋଗୀଙ୍କୁ ଗିରଫ କରିଥିଲା କିନ୍ତୁ ଅମୃତପାଲ ଖସିଯିବାରେ ସଫଳ ହୋଇଥିଲା । ସେବେଠାରୁ ପୋଲିସ କ୍ରମାଗତ ଭାବରେ ତାଙ୍କୁ ଖୋଜୁଥିଲା, କିନ୍ତୁ ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ପୋଲିସକୁ ଦେଉଥିଲା ଚକମା ।
ସୂଚନାଥାଉ ଯେ, 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂହର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ଶ୍ରୀ ଗୁରୁ ରାମ ଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକାଇ ପଚରାଉଚରା କରାଯାଇଥିଲା । ସୂଚନାନୁସାରେ, କିରଣଦୀପ ଲଣ୍ଡନ ଯିବାକୁ ଚେଷ୍ଟା କରୁଥିଲେ, ବିମାନରେ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା ।












Click it and Unblock the Notifications