ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ‘ଅମୃତ ଉଦ୍ୟାନ'

ରବିବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର 'ଅମୃତ ଉଦ୍ୟାନ' । ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ଛଅ ଦିନ ଲୋକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି ।

Amrit Udyan

ରକ୍ଷଣାବେକ୍ଷଣା କାରଣରୁ ସୋମବାର ଉଦ୍ୟାନ ବନ୍ଦ ରହିବ । ପୂର୍ବରୁ ଏହି ଉଦ୍ୟାନ ମୋଗଲ ଗାର୍ଡେନ୍ ନାମରେ ଜଣାଯାଉଥିଲା । କିନ୍ତୁ ପରେ ଏହାର ନାମ ବଦଳାଯାଇ ଅମୃତ ଉଦ୍ୟାନ କରାଯାଇଥିଲା ।ଉଦ୍ୟାନରେ ବୁକିଂ ଏବଂ ପ୍ରବେଶ ନିଃଶୁକ୍ଳ ରହିଛି । ଏଥିପାଇଁ ରାଷ୍ଟ୍ରପତି ଭବନର ଅଫିସିଆଲ୍ ପୋର୍ଟାଲରୁ ପାସ୍ ନେବାକୁ ପଡ଼ିବ । ବୁକିଂ କରି ନ ଥିଲେ, ଲୋକଙ୍କୁ ଉଦ୍ୟାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସମସ୍ତ ପରିଦର୍ଶକଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ରୁ ହେବ, ଯାହା ଉତ୍ତର ଆଭେନ୍ୟୁରୁ ରାଷ୍ଟ୍ରପତି ଭବନ ନିକଟରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+