Get Updates
Get notified of breaking news, exclusive insights, and must-see stories!

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ, ଜାଣନ୍ତୁ କେମିତି ମିଳିବ ଟିକେଟ୍

ନୂଆଦିଲ୍ଲୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ଫେବ୍ରୁଆରୀ ୨ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଉଦ୍ୟାନ ଖୋଲା ରହିବ । ସକାଳ ୧୦ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ ପର୍ଯ୍ୟଟକ, ହେଲେ ଅପରାହ୍ନ ୪ଟା ଯାଏଁ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି । ତେବେ ଉତ୍ତର ଆଭେନ୍ୟୁ ରୋଡ୍ ନିକଟସ୍ଥ ଗେଟ୍ ନମ୍ବର ୩୫ ଦେଇ ପର୍ଯ୍ୟଟକ ମାନେ ଉଦ୍ୟାନ ଭିତରକୁ ଏଣ୍ଟ୍ରି କରିପାରିବେ ।

Amrit Udyan

ରାଷ୍ଟ୍ରପତିଙ୍କ ଡେପୁଟି ପ୍ରେସ ସଚିବ ନବିକା ଗୁପ୍ତାଙ୍କ ସୂଚନା ଅନୁସାରେ, ଅମୃତ ଉଦ୍ୟାନ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି, ଯେଉଁଥି ପାଇଁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ଟିକେଟ୍ ବୁକ୍ କରି ସାରିଲେଣି । ସେହିପରି ଚଳିତବର୍ଷର ଥିମ୍ ହେଉଛି ଟ୍ୱିଲିପ୍ ଗାର୍ଡେନ । ଏଥର ପୁରା ଗାର୍ଡେନରେ ଆପଣଙ୍କୁ ଟ୍ୱିଲିପ୍ ଫୁଲରେ ସଜାଯାଇଥିବା ଦେଖିବା ପାଇଁ ମିଳିବ ଏହାସହ ୨୨୫ ବର୍ଷ ପୁରୁଣା ଶେଶମ୍ ଗଛ ଏବଂ ପୁଷ୍ପ ଘଣ୍ଟ, ୮୫ ପ୍ରକାରର ପ୍ରଜାତିର ଫୁଲ ସହ ସେଲଫି ପଏଣ୍ଟ ମଧ୍ୟ ରହିଛି ।

ଅମୃତ ଉଦ୍ୟାନ ପାଇଁ ଟିକେଟ୍ ବୁକ୍ କରିବା ପାଇଁ ହେଲେ, ଆପଣ visit.rashtrapatibhavan.gov.inରେ ଯାଇ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ । ସେହିପରି ରାଷ୍ଟ୍ରିୟ ଭବନରେ ସ୍ଥାପିତ କିଓସ୍କ ମେସିନରୁ ବା ସେଠାରେ ଥିବା କାଉଣ୍ଚରରୁ ମଧ୍ୟ ଆପଣ ଟିକେଟ୍ କିଣିପାରିବେ । ବିନା ମୂଲ୍ୟରେ ଆପଣ ଏହି ସୁନ୍ଦର ଉଦ୍ୟାନ ବୁଲି ଦେଖିପାରିବେ ।

ସୂଚନାଥାଉ ଯେ, ସାଧାରଣ ଲୋକଙ୍କ ପାଇଁ ଏହି ଉଦ୍ୟାନ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଖୋଲା ଯାଇଥିଲା । ଏହା ୧୫ ଏକରରୁ ଅଧିକ ଜମିରେ ନିର୍ମିତ । ବ୍ରିଟିସ୍ ଶାସନ କାଳରେ ଏହାକୁ ସାର୍ ଏଡୱାର୍ଡ ଲୁଟିନ୍ସ ଡିଜାଇନ୍ କରିଥିଲେ । ଏହି ଗାର୍ଡେନକୁ ପ୍ରତିବର୍ଷ ବସନ୍ତ ଋତୁରେ ଦେଶବାସୀଙ୍କ ପାଇଁ ଖୋଲାଯାଇଥାଏ । ଏକ ସ୍ୱତନ୍ତ୍ର କିସମର ଗୋଲାପ ପାଇଁ ଚର୍ଚ୍ଚା ସାଉଁଟିଥାଏ ଅମୃତ ଉଦ୍ୟାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+