ପର୍ଯ୍ୟଟକଙ୍କ ପାଇଁ ଫେବୃଆରୀ ୨ରେ ଖୋଲିବ ‘ଅମୃତ ଉଦ୍ୟାନ'

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଅମୃତ ଉଦ୍ୟାନ । ଆସନ୍ତା ଫେବୃଆରୀ ୨ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର 'ଅମୃତ ଉଦ୍ୟାନ' । ଏହା ମାର୍ଚ୍ଚ ୩୦ ତାରିଖ ଯାଏଁ ଖୋଲା ରହିବ । ଏନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ପ୍ରକାଶ ପାଇଛି । ବିବୃତ୍ତି ଅନୁଯାୟୀ, ସପ୍ତାହର ୬ ଦିନ ଅମୃତ ଉଦ୍ୟାନ ଖୋଲା ରହିବାବେଳେ କେବଳ ସୋମବାର ଦିନ ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନ ବନ୍ଦ ରହିବ ।

amrut udayaan

ପର୍ଯ୍ୟଟକମାନେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ଯ୍ୟଟକମାନେ ଉଦ୍ୟାନରେ ପ୍ରବେଶ କରିବେ। ଏହା ସହ ସମସ୍ତ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ବସ୍‌ ସେବା ମଧ୍ୟ କରାଯାଇଛି । ଏହି ବସ୍‌ ଗୁଡ଼ିକ ସକାଳ ୯.୩୦ରୁ ଆରମ୍ଭ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟ ସମୟ ବ୍ୟବଧାନରେ ଚଳାଚଳ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+