ଓଡ଼ିଶାରେ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍ । ଆଜି ଏହାକୁ ଭୁବନେଶ୍ୱର ରେଳ ଷ୍ଟେସନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱାଗତ କରିଛନ୍ତି । ଏଠାରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାଁ ମଧ୍ୟ ଉପସ୍ଥିତ ଥିଲେ ।

ଗୋଟିଏ ଟ୍ରେନ ଦରଭଙ୍ଗାରୁ ବାହାରି ଅଯୋଧ୍ୟା ଧାମ ଦେଇ ଆନନ୍ଦବିହାରରେ ପହଞ୍ଚିବ । ଅନ୍ୟଟି ମାଲଦା ଟାଉନରୁ ବାଙ୍ଗାଲୁରୁ ଅଭିମୁଖେ ଚାଲିଛି । ଏହି ଟ୍ରେନ୍ ୫ଟି ରାଜ୍ୟ ଦେଇ ଗତି କରିବ, ଏହା ମଧ୍ୟରେ ଓଡ଼ିଶା ରହିଛି । ପ୍ରତି ରେଳ ଷ୍ଟେସନରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରୁଛନ୍ତି । ଏହି ଟ୍ରେନ୍ ପୂର୍ବତଟ ରେଳପଥ ଦେଇ ଚାଲିବ ଓ ଏଥିରେ ଓଡ଼ିଶା ରହିଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ବେଙ୍ଗାଲୁରୁ ଯିବ ।

Amrit Bharat Express

ବେଙ୍ଗାଲୁରୁରୁ ଅମୃତ ଭାରତ ଟ୍ରେନ୍‌କୁ କଟକ ରେଳ ଷ୍ଟେସନରେ ଜୋରଦାର ସ୍ୱାଗତ କରାଯାଇଛି । ସକାଳ ସାତଟା ସମୟରେ ଏହି ଟ୍ରେନ କଟକ ଷ୍ଟେସନରୁ ଛାଡିଛି । ଏହି ସମୟରେ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଓ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅମୃତ ଭାରତ ଟ୍ରେନରେ ଜେନେରାଲ କୋଚ୍ ସହ ହୈକେଣ୍ଡ କ୍ଲାସ୍ ସ୍ଥିପର କୋଚ୍ ରହିଛି ।

ଏହି ଟ୍ରେନରେ ମୋଟ ୧୯ଟି ବଗି ରହିଛି ।ବଗି ଗୁଡିକରେ ଅତ୍ୟାଧୁନିକ ବାଇଓ ଟଏଲେଟ୍ ବ୍ୟବସ୍ଥା ରହିଛି । ଏହି ଟ୍ରେନ ଏବେ ସପ୍ତାହକୁ ଥରେ ଚାଲିବ । ଓଡିଶାରେ ଏହି ଟ୍ରେନର ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ବ୍ରହ୍ମପୁର ଷ୍ଟେସନରେ ରହଣୀ ବ୍ୟବସ୍ଥା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+