ବିହାର ଚାଷିର କ୍ଷେତରେ ଫଳିଛି ବିଶ୍ବର ସବୁଠାରୁ ଦାମୀ ପରିବା- ‘ହପ୍ ସୁଟ୍ସ’, କିଲୋ ପିଛା ମୂଲ୍ୟ ୮୨ ହଜାର ଟଙ୍କା

ବିହାରର ଜଣେ କୃଷକଙ୍କ କ୍ଷେତରେ ଫଳିଛି ବିଶ୍ବର ସବୁଠାରୁ ଦାମୀ ପରିବା । ଯାହାର ଅନୁମାନିକ ବଜାର ମୂଲ୍ୟ କିଲୋ ପ୍ରତି ୮୨ ହଜାର ଟଙ୍କା । ଏହି ପରିବାର ନାମ ହେଉଛି ‘ହପ୍ ସୁଟ୍ସ’, ଯାହା ଆପଣ ପ୍ରଥମ ଥର ଶୁଣିବାକୁ ପାଉଥିବେ ।

ଔରଙ୍ଗାବାଦ: ବିହାରର ଜଣେ କୃଷକଙ୍କ କ୍ଷେତରେ ଫଳିଛି ବିଶ୍ବର ସବୁଠାରୁ ଦାମୀ ପରିବା । ଯାହାର ଅନୁମାନିକ ବଜାର ମୂଲ୍ୟ କିଲୋ ପ୍ରତି ୮୨ ହଜାର ଟଙ୍କା । ଏହି ପରିବାର ନାମ ହେଉଛି 'ହପ୍ ସୁଟ୍ସ', ଯାହା ଆପଣ ପ୍ରଥମ ଥର ଶୁଣିବାକୁ ପାଉଥିବେ । ଏହି ପରିବା ବିହାର ଔରଙ୍ଗାବାଦର ଜଣେ କୃଷକ ଅମରେଶ ସିଂ ତାଙ୍କ କ୍ଷେତରେ ଲଗାଇଛନ୍ତି । ତେବେ କ'ଣ ଏହି 'ହପ୍ ସୁଟ୍ସ' ପରିବା ? କାହିଁକି ଏହା ଏତେ ଦାମୀ ? ପ୍ରଥମେ ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଆମେ ଦେବୁ । ପରେ ଅମରେଶଙ୍କ ମୁହଁରୁ ଶୁଣିବା ତାଙ୍କ ସଫଳତାର କାହାଣୀ ।

Hop Shoots

ବିଶ୍ବର ସବୁଠାରୁ ଦାମୀ ପରିବା 'ହପ୍ ସୁଟ୍ସ':

ଏହି ପରିବା ସମ୍ଭବତଃ ଆପଣ କୌଣସି ଷ୍ଟୋର କିମ୍ବା ବଜାରରେ ଦେଖିବାକୁ ପାଇବେ। ଏହି ପରିବା ଦେଖିବାକୁ ହେଲେ ଆପଣଙ୍କୁ ଔରଙ୍ଗାବାଦ କରମଡିରେ ରହୁଥିବା ଚାଷୀ ଅମରେଶ କୁମାର ସିଂହଙ୍କ କ୍ଷେତକୁ ଯିବାକୁ ପଡିବ।

ହପ୍ ସୁଟ୍ସର ସବୁଠାରୁ ବଡ କ୍ରେତା ହେଲା ଆମେରିକା। ଏହି ପରିବା ବଜାରରେ ଉପଲବ୍ଧ ହୁଏନାହିଁ। ଆଣ୍ଟିବାୟୋଟିକ୍ ଔଷଧ ତିଆରି କରିବା ପାଇଁ ଏହି ପରିବା ବ୍ୟବହାର କରାଯାଏ। ଟିବି ଚିକିତ୍ସା ପାଇଁ ହପ୍ ସୁଟ୍ସରେ ତିଆରି ଔଷଧ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହାର ଫୁଲ ମଦ ତିଆରି ପାଇଁ ବ୍ୟବହାର କରଯାଏ। ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ। ବାକିତକ ଅଂଶ ଖାଇବାରେ ଉପଯୋଗ କରାଯାଇଥାଏ। ଏଥିରେ ଆଚାର ମଧ୍ୟ ତିଆରି କରାଯାଏ। ଏହି ଆଚାର ମଧ୍ୟ ଅଭୁତ ମହଙ୍ଗା।

Hop Shoots

ୟୁରୋପୀୟ ଦେଶରେ ବହୁଳ ମାତ୍ରାରେ ଏହି ପରିବା ଚାଷ କରାଯାଏ। ବ୍ରିଟେନ ଓ ଜର୍ମାନୀରେ ଲୋକେ ଏହି ପରିବାକୁ ବହୁତ ପସନ୍ଦ କରନ୍ତି। ହପ୍ ସୁଟ୍ସ ଚାଷ ପାଇଁ ବସନ୍ତ ଋତୁ ସବୁଠାରୁ ଭଲ ବୋଲି କୁହାଯାଏ।


'ହପ୍ ସୁଟ୍ସ' କୃଷକ ଅମରେଶ ସିଂଙ୍କ କାହାଣୀ:

ଔରଙ୍ଗାବାଦ କରମଡିରେ ରହୁଥିବା ଚାଷୀ ଅମରେଶ କୁମାର ସିଂହ ନିଜ କ୍ଷେତରେ ଫଳାଇଛନ୍ତି ଏହି ପରିବା । 2015 ପର୍ଯ୍ୟନ୍ତ ସେ ଅନ୍ୟ ଚାଷୀଙ୍କ ପରି ସାଧାରଣ ଚାଷ କରୁଥିଲେ, କିନ୍ତୁ ଏଥିରେ କୌଣସି ଲାଭ ହୋଇନଥିଲା। ତେଣୁ CSIR ଲକ୍ଷ୍ନୌ ବୈଜ୍ଞାନିକ ଡକ୍ଟର ରାମ କିଶୋରୀ ଲାଲଙ୍କୁ ଭେଟିଥିଲେ ।

Hop Shoots

2015 ରେ ଆରମ୍ଭ ହୋଇଥିଲା 'ହପ୍ ସୁଟ୍ସ' ଚାଷ । ​​କୃଷି ବୈଜ୍ଞାନିକ ଡକ୍ଟର ରାମକିଶୋରୀ ଲାଲ କୃଷକ ଅମରେଶ ସିଂଙ୍କୁ 'ହପ୍ ସୁଟ୍ସ' ପରିବା ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଥମ ଥର ପାଇଁ ଅମରଶ ସିଂ ମଧ୍ୟ ଏହି ପନିପରିବାର ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପରେ ଡକ୍ଟର ଲାଲ ହିମାଚଳ ପ୍ରଦେଶରୁ ଏହାର ଚାରା ଆଣି ଅମରେଶଙ୍କୁ ଦେଇଥିଲେ ଏବଂ ଏହାର ଚାଷ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ।

Hop Shoots

ତେବେ 4 ଲକ୍ଷ ଟଙ୍କା ବିନିଯୋଗ କରି ଅମରେଶ ତାଙ୍କର ପାଞ୍ଚ ଏକର ଜମିରେ ଏହି ପରିବା ଚା। ଆରମ୍ଭ କଲେ । ପ୍ରାରମ୍ଭରେ, ଆମରେଶ ଏହି ଚାଷକୁ ପସନ୍ଦ କରୁନଥିଲେ, ମାତ୍ର କିଛି ମାସ ପରେ ଅମଳ ବୃଦ୍ଧି ପାଇଲା ଏବଂ ଆମେରିକାରୁ ଚାହିଦା ଆସିବା ଆରମ୍ଭ ହେଲା, ତା'ପରେ ଆମରେଶଙ୍କ ଉତ୍ସାହ ଏବଂ ଲାଭ ବହୁଗୁଣିତ ହେଲା ।

ଅମରେଶଙ୍କ ସମସ୍ତ ଅମଳ ବର୍ତ୍ତମାନ ଆମେରିକାରେ ବିକ୍ରି ହେଉଛି । ଏକ କିଲୋଗ୍ରାମ 'ହପ୍ ସୁଟ୍ସ'ର ହାରାହାରି ମୂଲ୍ୟ 82 ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ପ୍ରତିବର୍ଷ 35 ରୁ 40 ଲକ୍ଷ ରୋଜଗାର କରୁଛନ୍ତି ଅମରେଶ ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+