କେଉଁ କମ୍ପାନୀ ଚେନାବ ସେତୁକୁ ସବୁଠୁ ଅଧିକ ଲୁହା ଯୋଗାଇଛ, ଆପଣ ଜାଣିଛନ୍ତି କିଏ?

ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ଦୁଇଟି ଐତିହାସିକ ରେଳ ସେତୁ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଯୋଗାଇ ଭାରତର ଆଧୁନିକ ଭିତ୍ତିଭୂମି ପ୍ରକଳ୍ପରେ ଏହାର ଯୋଗଦାନକୁ ଆହୁରି ସୁଦୃଢ଼ କରିଛି। ଚେନାବ ନଦୀରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ପାଇଁ ୭୦% ଫ୍ଲାଟ୍ ଇସ୍ପାତ ଏବଂ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ - ଅଞ୍ଜିଖାଡ୍ ପାଇଁ ୧୦୦% ଇସ୍ପାତ ଯୋଗାଇଛି।

Chenab bridge

ଏପରି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବିଶ୍ୱସ୍ତରୀୟ ଇସ୍ପାତ ଯୋଗାଣ ଏଏମ୍ଏନ୍ଏସ୍ ଇଣ୍ଡିଆ ପାଇଁ ଗର୍ବର ବିଷୟ। ଚେନାବ ସେତୁ ପାଇଁ କମ୍ପାନି ପ୍ରାୟ ୨୫,୦୦୦ ମେଟ୍ରିକ୍ ଟନ୍ ଉଚ୍ଚଶକ୍ତି ସଂରଚନାତ୍ମକ ଇସ୍ପାତ ଯୋଗାଇଛି, ଯାହା ସେତୁ ନିର୍ମାଣ ପାଇଁ ମୋଟ ଇସ୍ପାତ ଆବଶ୍ୟକତାର ୭୦% ଅଟେ। ଅଞ୍ଜିଖାଡ଼ ସେତୁ ପାଇଁ କମ୍ପାନି ପ୍ରାୟ ୭,୦୦୦ ମେଟ୍ରିକ୍‌ ଟନ୍‌ କଷ୍ଟମାଇଜ୍ଡ ଫେବ୍ରିକେଟେଡ୍ ଇସ୍ପାତ ଷ୍ଟ୍ରକଚର ଯୋଗାଇଛି, ଯାହା ପ୍ରକଳ୍ପର୧୦୦% ଇସ୍ପାତ ଆବଶ୍ୟକତା ପୂରଣ କରିଛି।

ସମସ୍ତ ଇସ୍ପାତ ହାଜିରାରେ ଅବସ୍ଥିତ ଉତ୍ପାଦନ ୟୁନିଟରେ ନିର୍ମିତ ହୋଇଛି ଏବଂ କଠୋର ଗୁଣବତ୍ତା ଯାଞ୍ଚ ପରେ ବ୍ୟବହାର କରାଯାଇଛି। ଏହି ଐତିହାସିକ ସଫଳତା ବିଷୟରେ କମ୍ପ‌ାନିର ବିକ୍ରୟ ଏବଂ ବିପଣନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ ପ୍ରେସିଡେଣ୍ଟ ରଞ୍ଜନ ଧର କହିଛନ୍ତି, ଏହି ପଦକ୍ଷେପ 'ବିକଶିତ ଭାରତ'ର ଦୃଷ୍ଟିକୋଣର ଏକ ଜୀବନ୍ତ ଉଦାହରଣ। ଚେନାବ ଏବଂ ଅଞ୍ଜିଖାଡ଼ ସେତୁ କେବଳ ଇଞ୍ଜିନିୟରିଂ ଚମତ୍କାରିତା ନୁହେଁ ବରଂ ଭାରତର ବର୍ଦ୍ଧିତ ଆତ୍ମନିର୍ଭରଶୀଳତା ଏବଂ ଶିଳ୍ପଶକ୍ତିର ପ୍ରତୀକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+