ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ରାମ ଲାଲାଙ୍କୁ ଦର୍ଶନ କଲେ ଅଭିନେତା ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ପୁଣି ଥରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମୟରେ ଅମିତାଭ ବଚ୍ଚନ ଏବଂ ଅନ୍ୟାନ୍ୟ ଅନେକ ଚଳଚ୍ଚିତ୍ର ତାରକା ଉପସ୍ଥିତ ଥିଲେ । ମେଗାଷ୍ଟାର ଅମିତାଭ ବଚ୍ଚନ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଯୋଧ୍ୟା ଯାଇଥିଲେ । କିନ୍ତୁ ସେ ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରିଛନ୍ତି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ରାମ ଲାଲାଙ୍କୁ ଦର୍ଶନ କରିଛନ୍ତି ।

Amitabh Bachchan

ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ ଅଯୋଧ୍ୟାରେ ପହଞ୍ଚିଥଲେ । ମୁମ୍ବାଇରୁ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସିଧା ରାମଲାଲାଙ୍କ ମନ୍ଦିରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଛନ୍ତି | ଏହି ସମୟରେ ଟ୍ରଷ୍ଟ ଅଧିକାରୀ ଅମିତାଭ ବଚ୍ଚନଙ୍କୁ ରାମନାମା ପ୍ରଦାନ କରି ସ୍ୱାଗତ କରିଥିଲେ। ଅନ୍ୟ ପଟେ ସେଠାରେ ଥିବା ପୁରୋହିତ ମଧ୍ୟ ତିଲକ ପ୍ରୟୋଗ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ଅଭିନେତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

ଅମିତାଭ ବଚ୍ଚନ ମଧ୍ୟ ମନ୍ଦିରରେ କିଛି ସମୟ ବିତାଇଥିଲେ। ସେ ମନ୍ଦିରରେ ରାମଲାଲାଙ୍କୁ ପ୍ରଣାମ କରି ତାଙ୍କର ଆରତୀ କରିଥିଲେ। ଏହାପୂର୍ବରୁ ଅମିତାଭ ବଚ୍ଚନ ଜାନୁଆରୀ ୨୨ ରେ ପୁଅ ଅଭିଷେକ ବଚ୍ଚନଙ୍କ ସହ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+