ଜାଣନ୍ତୁ ଅଭିନେତା ଅମିତାଭ ବଚ୍ଚନଙ୍କୁ World Cup Final ଦେଖିବାକୁ କ'ଣ ପାଇଁ ମନା କଲେ ଫ୍ୟାନ୍ସ...
Amitabh Bachchan On IND Vs AUS World Cup Final: 15 ନଭେମ୍ବରରେ ମୁମ୍ବାଇର ୱାନଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ଭାରତ 70 ରନରେ ଚମତ୍କାର ବିଜୟ ହାସଲ କରିଥିଲା । ରଣବୀର କପୁର, ଭିକ କୌଶଲଙ୍କ ସହ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ତାରକା ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ହେଲେ ବଲିଉଡର ଶହେନ୍ସା ଅମିତାଭ ବଚ୍ଚନ ଷ୍ଟାଡିୟମରେ ଦେଖିବାକୁ ମିଳିନଥିଲା ।
ହେଲେ ଭାରତର ବିଜୟ ପରେ ସେ ସୋସିଆଲ ମିଡିଆ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ମ୍ୟାଚ୍ ସେ ଦେଖିନାହାଁନ୍ତି ସେଥିପାଇଁ ଭାରତର ବିଜୟ ହୋଇଛି, ବର୍ତ୍ତମାନ ବିଗ୍ ବି ଦ୍ୱନ୍ଦରେ ଅଛନ୍ତି ଯେ, ସେ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଦେଖିବା ଉଚିତ ନା ନାହିଁ ।

ବିଗ୍ ବି ତାଙ୍କ ପ୍ରଶଂସକଙ୍କ ସହ ଏହି ଦ୍ୱନ୍ଦ୍ୱ ବିଷୟରେ ଆଲୋଚନା କରିଛନ୍ତି । ହେଲେ ସେ ତାଙ୍କ ନୂଆ ଟ୍ୱିଟରେ ମ୍ୟାଚର ନାମ ଲେଖି ନାହାଁନ୍ତି, ସେ ଲେଖିଛନ୍ତି, ବର୍ତ୍ତମାନ ମୁଁ ଭାବୁଛି କି ଯିବି କି ନାହିଁ! ଅମିତାଭଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ଅପଲୋଡ୍ ହେବା ମାତ୍ରେ ଉପଭୋକ୍ତାମାନେ ଏହା ଉପରେ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ସେ ବିଗ୍ ବିଙ୍କୁ ମ୍ୟାଚ୍ ଦେଖିବାକୁ ନ ଯିବାକୁ ପରାମର୍ଶ ଦେବା ଆରମ୍ଭ କରିଦେଇଛନ୍ତି ।
ଅମିତାଭ ବଚ୍ଚନଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, 'ସାର୍ ଯାଆନ୍ତୁ ନାହିଁ, ଏହା ପରର ମ୍ୟାଚ୍ ଦେଖିବେ ଆପଣ । ଆଉ ଜଣେ ଲେଖିଛନ୍ତି, 'ଆପଣ ଯାଆନ୍ତୁ ନାହିଁ କିମ୍ବା ମୋଦି ଜୀଙ୍କୁ ଯିବାକୁ ଦିଅନ୍ତୁ ନାହିଁ ...', ସେହିପରି ଆଉ ଜଣେ ଲୋକ ବିଗ୍ ବିଙ୍କୁ ନ ଯିବା ପାଇଁ ଉପଦେଶ ଦେଇଛନ୍ତି । ତେବେ ଏହି ସମସ୍ତ କମେଣ୍ଟ ପରେ ଅମିତାଭ ବଚ୍ଚନାଙ୍କର ଦ୍ୱାନ୍ଦ ନିଶ୍ଚୟ ଦୂର ହୋଇଥିବ ।












Click it and Unblock the Notifications