Get Updates
Get notified of breaking news, exclusive insights, and must-see stories!

ସୁର ସମ୍ରାଜ୍ଞୀଙ୍କ ଅନ୍ତିମ ସଂସ୍କାର: ଶ୍ରଦ୍ଧାଞ୍ଜଳି ଦେବାକୁ ବାସଭବନ ପହଞ୍ଚିଲେ ଅମିତାବ ବଚ୍ଚନ,

ଶ୍ଵେତ ବସ୍ତ୍ର ପରିହିତା, ଶ୍ଵେତ ସୁଲଭ ସଙ୍ଗୀତର ରାଗ ଧାରଣ କରିଥିବା ଲତା ସ୍ଵୟଂ ଶ୍ଵେତ ପଦ୍ମା ମା ସରସ୍ଵତୀଙ୍କ ସାକ୍ଷାତ ସ୍ବରୂପୀଣୀ। ଲତାଙ୍କୁ ଏହିଭଳି ଭାବଗତ ଅଭିବ୍ୟକ୍ତି କରିଛନ୍ତି କିମ୍ବଦନ୍ତୀ ପୁରୁଷ ଅମିତାବ ବଚ୍ଚନ । ସ୍ଵରର ଝଙ୍କାର ତୋଳି ସମଗ୍ର ମାନବ ଜାତିକୁ ସ୍ନିଗ୍ଧ କରିଥିବା ଏହି ମହାନ ସଂଗୀତ ତପସ୍ଵିନୀ ଆଜି ଯାତ୍ରା କରିଛନ୍ତି ବ୍ରହ୍ମଲୋକକୁ ।

Lata mangeshkar

ମୁମ୍ବାଇ: ଲତା ମଙ୍ଗେସକରଙ୍କ ଦେହାନ୍ତରେ ସମଗ୍ର ବିଶ୍ଵ ଯେପରି ସ୍ତବ୍ଧ ହୋଇଯାଇଛି। ସମଗ୍ର ଦେଶବାସୀ ଆଜି ଶୋକ ସନ୍ତପ୍ତ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ବିଭିନ୍ନ ମୁଖ୍ୟମନ୍ତ୍ରୀ, ନେତା, ଅଭିନେତା, ସଙ୍ଗୀତଜ୍ଞ ଏବଂ ସାଧାରଣ ନାଗରିକ ସମସ୍ତେ ବିଚଳିତ ହୃଦୟରେ ଶୋକର ଅଭିବ୍ୟକ୍ତି କରିଛନ୍ତି। ଆଜି ସନ୍ଧ୍ଯାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ହେବ ଲତାଙ୍କ ପାର୍ଥିବ ଶରୀର ।

Lata mangeshkar

ପିଏମ ମୋଦୀ ପହଞ୍ଚିବେ 5.45ରେ:

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସୂଚୀ ଚୁଡାନ୍ତ ହୋଇଛି । ଆଜି 5.45ରେ ପ୍ରଧାନମନ୍ତ୍ରୀ ମୁମ୍ବାଇ ପହଞ୍ଚିବେ । ସକାଳେ ଲତାଙ୍କ ନିଧନରେ ଶୋକ ବ୍ୟକ୍ତ କରିବା ପରେ ମୋଦୀ ଅନ୍ତିମ ସଂସ୍କାରରେ ସାମିଲ ହେବା ନେଇ ନିଜେ ଟୁଇଟ କରି ଜଣାଇଥିଲେ ।

ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି:

ମୁମ୍ବାଇର ଶିବାଜି ପାର୍କରେ ଆଜି ସନ୍ଧ୍ଯା 6.30ରେ କିମ୍ବଦନ୍ତୀ ଗାୟିକାଙ୍କ ଅନ୍ତିମ ସଂସ୍କାର ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ଯା 5ଟାରେ ମୁମ୍ବାଇ ଶିବାଜି ପାର୍କରେ ପହଞ୍ଚିବେ ବୋଲି ଗସ୍ତ ସୂଚୀ ଧାର୍ଯ୍ୟ ହୋଇଛି । ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣାନ୍ୟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ରହିବେ । ସଭାସ୍ଥଳରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ମୁମ୍ବାଇ ପୁଲିସ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ସଭାସ୍ଥଳକୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ଦ୍ରୁଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବାସଭବନରେ ପହଞ୍ଚିଲେ ଅମିତାଭ ବଚ୍ଚନ:

ଆଜି ସୁର ସମ୍ରାଜ୍ଞୀଙ୍କ ପାର୍ଥିବ ଶରୀର ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପହଞ୍ଚିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ଲତାଙ୍କ ଘରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅମିତାଭ ବଚ୍ଚନ ଝିଅ ଶ୍ଵେତା ବଚ୍ଚନଙ୍କ ସହିତ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+