Jharkhand Assembly Election: ଏହି ନେତାଙ୍କୁ ସିଧା ସିଧା ଶୁଣାଇଦେଲେ ଶାହା, କହିଲେ ଏଣିକି ମିଳବ ନାହିଁ....
ରାଞ୍ଚି : ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍ରେ ନିର୍ବାଚନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା। ଆଉ ଦ୍ୱିତୀୟ ପର୍ଯ୍ୟାୟ ଲାଗି ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରଚାର । ଏହି କ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଝାଡ଼ଖଣ୍ଡର କୋଇଲା ଖଣି ବହୁଳ ଝରିଆଠାରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟର ଜେଏମ୍ଏମ୍ ନେତୃତ୍ୱାଧୀନ ମେଣ୍ଟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।
ମେଣ୍ଟ ନେତାମାନେ ଦୁର୍ନୀତି ଏବଂ କୋଇଲା ଚୋରା କାରବାରରେ ସମ୍ପୃକ୍ତ ରହିଛନ୍ତି। ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ସରକାରୀ ପାଣ୍ଠି ଲୁଟୁଥିବା ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଓଲଟା ଝୁଲାଇ ଦିଆଯିବ ବୋଲି ଶାହା କହିଛନ୍ତି। ରାଜ୍ୟରୁ କୋଇଲା ଚୋରାଚାଲାଣ ବନ୍ଦ ହେବା ସହ ଏଠାରେ ରହିଥିବା ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରାଯାଇ ତଡ଼ିଦିଆଯିବ। ଏଥିପାଇଁ ଭୋଟରମାନେ ବହୁସଂଖ୍ୟାରେ ଭାଜପାକୁ କ୍ଷମତାକୁ ଆଣିବା ନିମନ୍ତେ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଶାହା ନିବେଦନ କରିଛନ୍ତି।

ୱାକ୍ଫ ବୋର୍ଡ କର୍ନାଟକରେ ମନ୍ଦିର, ଗ୍ରାମବାସୀ ଓ ଅନ୍ୟମାନଙ୍କ ଜମି ଦଖଲ କରିଛି। ଏବେ ଉକ୍ତ ବୋର୍ଡରେ ପରିବର୍ତ୍ତନ ଆଣିବାର ଏବଂ ଆଇନରେ ସଂଶୋଧନ କରିବାର ସମୟ ଆସିଛି। ସେହିପରି ଦେଶରୁ ଅନୁପ୍ରବେଶକାରୀମାନଙ୍କୁ ରୋକିବାକୁ ହେବ। ଏଥିପାଇର୍ ସମାନ ନାଗରିକ ସଂହିତା (UCC) ଲାଗୁକୁ କେହି ଅଟକାଇପାରିବେ ନାହିଁ।
ତେବେ ଆଦିବାସୀମାନଙ୍କୁ ୟୁସିସି ବାହାରେ ରଖାଯିବ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଭାଜପା ୱାକଫ୍ ଆଇନରେ ସଂଶୋଧନ ପାଇଁ ବିଲ୍ ଗୃହୀତ କରାଇବ। ଏହାକୁ କେହି ରୋକିପାରିବେ ନାହିଁ ବୋଲି ଝାଡ଼ଖଣ୍ଡର ବାଘମରାଠାରେ ଏକ ନିର୍ବାଚନୀ ରାଲିକୁ ଉଦ୍ବୋଧନ ଦେଇ ଶାହା କହିଛନ୍ତି।












Click it and Unblock the Notifications