ଅମିତ ଶାହାଙ୍କ ଚ୍ୟାଲେଞ୍ଜ- କେଜ୍ରିୱାଲ ଅଭିଯୋଗକୁ କୋର୍ଟରେ ଭୁଲ ପ୍ରମାଣ କରିବା ଉଚିତ୍

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ ସାକ୍ଷାତକାରରେ ଅମିତ ଶାହାଙ୍କୁ ପଚରାଯାଇଥିଲା ଯେ, କେଜ୍‌ରିଓ୍ବାଲ୍‌ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିବା ଦ୍ୱାରା ଇଣ୍ଡିଆ ମିଳିତ ମେଣ୍ଟ ଉପକୃତ ହୋଇଛି କି? ଏହାର ଉତ୍ତରରେ ଶାହା କହିଛନ୍ତି , ଜଣେ ଭୋଟର ଭାବରେ ମୁଁ ବିଶ୍ୱାସ କରେ ଯେ କେଜ୍‌ରିଓ୍ବାଲ୍‌ ଯେଉଁଆଡେ ଯାଆନ୍ତି, ଲୋକମାନେ ମଦ ଦୁର୍ନୀତିକୁ ମନେ ପକାଇବେ।

AMIT SHAH

କିଏ ଏଥିରୁ ଉପକୃତ ହେବ ଏବଂ କିଏ କ୍ଷତି ସହିବ ମୁଁ ବୁଝିପାରୁ ନାହିଁ।
ଶାହା କହିଛନ୍ତି, ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। କିନ୍ତୁ ଆମ ଆଦମୀ ପାର୍ଟି ଏବଂ କିଛି ସାମ୍ବାଦିକ ଏହି ନିଷ୍ପତ୍ତିକୁ କେଜ୍‌ରିଓ୍ବାଲ୍‌ଙ୍କ ବିଜୟ ବୋଲି ବିଚାର କରୁଛନ୍ତି, ମୁଁ ଏହାକୁ ସେପରି ଭାବୁନାହିଁ। ଗିରଫ ବେଆଇନ ବୋଲି କହି କେଜ୍‌ରିଓ୍ବାଲ୍‌ ସୁପ୍ରିମକୋର୍ଟ ଯାଇଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ।

ଏପରିକି ନିୟମିତ ଜାମିନ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ, ଯାହା ସର୍ତ୍ତ ଅନୁଯାୟୀ ପ୍ରଦାନ କରାଯାଇଥିଲା। ଯଦି ତାଙ୍କର ପ୍ରକୃତରେ ଏତେ ସତ୍‌ସାହସ ଅଛି, ତେବେ ସେ ସେଶନ କୋର୍ଟକୁ ଯାଇ ଏକ ପିଟିସନ ଦାଖଲ କରିବା ଉଚିତ୍‌ ଯେ ତାଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+