ଶାହାଙ୍କ ବଡ଼ ଘୋଷଣା, କହିେଲେ ନଭେମ୍ବର ୧୪ରେ.....
ବିହାରର ବେଟିଆରେ ଏକ ଏନଡିଏ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ଆକ୍ରମଣ କରି ଏନଡିଏର ବିଜୟ ଦାବି କରିଛନ୍ତି। ସେ ଆତ୍ମବିଶ୍ୱାସର ସହିତ ଘୋଷଣା କରିଛନ୍ତି, ୧୪ ତାରିଖ ସକାଳ ୮ଟାରେ ଗଣନା ଆରମ୍ଭ ହେବ ଏବଂ ୧୧ଟା ସୁଦ୍ଧା ଲାଲୁ ଏବଂ କମ୍ପାନୀ ନିଶ୍ଚିହ୍ନ ହୋଇଯିବ। ଅମିତ ଶାହ ଭଗବାନ ବାଲ୍ମୀକିଙ୍କ ପବିତ୍ର ଭୂମିକୁ ଉଲ୍ଲେଖ କରି ତାଙ୍କ ଭାଷଣ ଆରମ୍ଭ କରି କହିଛନ୍ତି, ଯଦି ଠଗ ବନ୍ଧନ (ଠକ ମେଣ୍ଟ) ଭୁଲରେ ସରକାର ଗଠନ କରେ, ତେବେ ଚମ୍ପାରଣ ଭୂମି ଚମ୍ବଲରେ ପରିଣତ ହେବ ଏବଂ ବିହାର ପୁଣି ଥରେ ଜଙ୍ଗଲ ରାଜର ଯୁଗକୁ ଫେରିଯିବ। ଏପରି ପରିସ୍ଥିତିକୁ ଏଡାଇବା ପାଇଁ ସେ ଜନସାଧାରଣଙ୍କୁ ପଦ୍ମ ଚିହ୍ନ ଦବାଇବାକୁ ନିବେଦନ କରିଛନ୍ତି।

ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ, ୧୪ ତାରିଖରେ ଏନଡିଏ ଏକ ଦୃଢ଼ ସରକାର ଗଠନ କରିବାକୁ ଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପ୍ରଥମେ ବ୍ରିଟିଶମାନେ, ତା'ପରେ କଂଗ୍ରେସ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରା ଅଟକାଇ ଦିଆଯାଇଥିଲା। କିନ୍ତୁ ମୋଦି ଜୀ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ବିହାରରେ ମାତା ସୀତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉଛି। ଯେଉଁଦିନ ସୀତାମାଢ଼ିରେ ମାତା ସୀତାଙ୍କ ମନ୍ଦିର ନିର୍ମାଣ ହେବ, ସେହି ଦିନ ଅଯୋଧ୍ୟାରୁ ସୀତାମାଢ଼ି ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ ଆରମ୍ଭ ହେବ।
ରାଲିରେ ଅମିତ ଶାହ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ମଧ୍ୟ ଦୃଢ଼ ଭାବରେ ଉଠାଇଥିଲେ। ସେ ପଚାରିଥିଲେ,ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରାଯିବା ଉଚିତ କି ନାହିଁ? ଯେତେବେଳେ ଜନତା ଏକମତ ହୋଇ ନାରାବାଜି କରୁଥିଲେ, ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ, ରାହୁଲ ବାବା ଚାରି ମାସ ପୂର୍ବରୁ 'ଅନୁପ୍ରବେଶକାରୀଙ୍କୁ ବଞ୍ଚାଅ' ଯାତ୍ରା ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀ ଯେତେ ଯାତ୍ରା ଆୟୋଜନ କରନ୍ତୁ ନା କାହିଁକି, ଆମେ ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବାହାର କରିଦେବୁ।












Click it and Unblock the Notifications