ରାହୁଲଙ୍କ ବୟାନକୁ ନେଇ ବିବାଦ, ଶାହା କହିଲେ ଦେଶକୁ କ୍ଷମା ମାଗନ୍ତୁ ବିରୋଧୀ ଦଳର ନେତା
ନୂଆଦିଲ୍ଲୀ: ସଂସଦରେ ଶାସକ ବିରୋଧୀ ହୋଇଛନ୍ତି ମୁହଁମୁହିଁ । ଆଜି ଲୋକସଭାରେ ଆଲୋଚନା ବେଳେ ରାହୁଲ ଗାନ୍ଧି ହିନ୍ଦୁ ଧର୍ମକୁ ନେଇ ଏକ ବଡ ବୟାନ ଦେଇଥିଲେ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ବିଜେପିକୁ ଏକ ବାର୍ତ୍ତା ଦେଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅଯୋଧ୍ୟାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଯେଉଁମାନେ ନିଜକୁ ହିନ୍ଦୁ କହନ୍ତି, ସେମାନେ ହିନ୍ଦୁ ନୁହଁନ୍ତି, ବିଜେପି ଅଯୋଧ୍ୟାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି, ହିନ୍ଦୁମାନେ ଭୟ ସୃଷ୍ଟି କରିପାରିବେ ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ଆଉ ରାହୁଲଙ୍କ ଏଭଳି ପ୍ରତିକ୍ରିୟା ଉପରେ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅମିତ ଶାହା କହିଛନ୍ତି ଯେ ବିରୋଧୀଦଳର ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ଲୋକ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହିଂସା ବିଷୟରେ କହନ୍ତି ଏବଂ ହିଂସା କରନ୍ତି ।

ବୋଧହୁଏ ସେ ଜାଣିନାହାନ୍ତି ଯେ ଏହି ଦେଶରେ କୋଟି କୋଟି ଲୋକ ଗର୍ବର ସହିତ ନିଜକୁ ହିନ୍ଦୁ ବୋଲି କୁହନ୍ତି । ହିଂସାକୁ କୌଣସି ଧର୍ମ ସହିତ ଯୋଡିବା ଭୁଲ ଅଟେ । ସେ କ୍ଷମା ମାଗିବା ଉଚିତ୍ ବୋଲି ଶାହା କହିଛନ୍ତି ।












Click it and Unblock the Notifications