ଭାରତ ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ହେବ: ଅମିତ ଶାହ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ ଘଟାଇଛନ୍ତି। ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିବା ଏଡିଜି ନକ୍ସଲ ଅପରେସନ ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି। ସହିଦଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏଥିସହ କିଛି ଯବାନ ଆହତ ମଧ୍ୟ ହୋଇଛନ୍ତି।

ପୁଲିସର ସୂଚନା ଅନୁସାରେ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିରେ ପୂର୍ବରୁ ହିଁ ନକ୍ସଲମାନେ ଲାଣ୍ଡମାଇନ ଲଗାଇଥିଲେ । ଗାଡ଼ି ତା ଉପରଦେଇ ଗତି କରିବା ବେଳେ ସେଥିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପ୍ରଭାବରେ ଗାଡ଼ିକୁ ଖଣ୍ଡବିଖଣ୍ଡ ହୋଇଯାଇଥିଲା ।

ଆଜିର ଏହି ନକ୍ସଲ ଆକ୍ରମଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଡ଼ା ମନ୍ତବ୍ୟ ଦେଇଛନ୍ତି । ଏକ୍ସରେ ପୋଷ୍ଟ କରି ଶାହ ଲେଖିଛନ୍ତି, ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବେ କେନ୍ଦ୍ର ସରକାର । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ବିଜାପୁରରେ ଆଇଇଡି ବିସ୍ଫୋରରରେ ଡିଆରଜି ଯବାନଙ୍କ ସହିଦ ଖବର ଶୁଣି ମର୍ମାହତ ଏବଂ ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଅମିତ ଶାହ ।

amit shah

ସେପଟେ ମାର୍ଚ୍ଚ ୨୦୨୬ ସୁଦ୍ଧା କେନ୍ଦ୍ର ସରକାର ଦେଶକୁ ନକ୍ସଲମୁକ୍ତ କରିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଆଜି (ସୋମବାର) ଛତିଶଗଡ଼ର ବିଜାପୁର ଜିଲ୍ଳାରେ ନକ୍ସଲଙ୍କ ଦ୍ବାରା ଆଇଇଡି ବିସ୍ଫୋରଣରେ ୮ ଡିଆରଜି ଯବାନ ସହିଦ ହୋଇଛନ୍ତି। ଏହା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ଦୁଇ ବର୍ଷ ମଧ୍ୟରେ ନକ୍ସଲଙ୍କ ଦ୍ବାରା ହୋଇଥିବା ଏହା ସବୁଠାରୁ ବଡ଼ ଆକ୍ରମଣ ଏବଂ ୨୦୨୫ରେ ପ୍ରଥମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+