୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ: ଅମିତ ଶାହ

ଛତିଶଗଡ଼ରେ ୩୧ ନକ୍ସଲଙ୍କ ମୃତ୍ୟୁ ପରେ ବଡ଼ କଥା କହିଲେ ଗୃହମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆରେ ନକ୍ସଲଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ଲେଖି ନିଜ ସଂଳ୍ପକୁ ପୁଣି ଦୋହରାଇଛନ୍ତି । ୨୦୨୬ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଦେଶକୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ହଟାଇଦେବା କଥା କହିଛନ୍ତି ଅମିତ ଶାହ । ଯାହାଫଳରେ ଦେଶର କୌଣସି ନାଗରିକଙ୍କୁ ମାଓ କାର୍ୟ୍ୟକଳାପରୁ ଜୀବନ ହରାଇବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି ।

ଛତିଶଗଡରେ ବଡ ଧରଣର ମାଓ ଅପରେସନ ପରେ ଅମିତ୍ ଶାହ ଟ୍ୱିଟ୍ କରିଛନ୍ତି, ନକ୍ସଲମୁକ୍ତ ଭାରତ ଦିଗରେ ଏହା ଏକ ବଡ ସଫଳତା । ଏହି ଅପରେସନରେ ୩୧ ନକ୍ସଲଙ୍କ ମୃତ୍ୟୁ ଘଟିଛି । ବିପୁଳ ପରିମାଣର ବିସ୍ଫୋରକ ମିଳିଛି । ମାନବତା ବିରୋଧୀ ନକ୍ସଲ ଲଢ଼େଇରେ ଆମେ ୨ ଯବାନଙ୍କୁ ହରାଇଛୁ । ଦେଶ ଏହି ବୀରମାନଙ୍କ ପ୍ରତି ସର୍ବଦା ଋଣୀ ରହିବ । ସହିଦ ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନିଶ୍ଚିତରେ ଦେଶକୁ ନକ୍ସଲମୁକ୍ତ କରିବୁ । ଯାହାଦ୍ୱାରା ଦେଶର କୌଣସି ନାଗରିକଙ୍କୁ ନକ୍ସଲବାଦ ଯୋଗୁଁ କେବି ବି ଜୀବନ ହରାଇବାକୁ ପଡିବନି ବୋଲି କହିଛନ୍ତି ଅମିତ ଶାହ ।

amit shah

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ସଫଳ ମାଓ ଅପରେସନ ପାଇଁ ଯବାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ସହିଦ୍ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଆମର ଡବଲ ଇଞ୍ଜିନ ସରକାର ଗତ ୧୩ ମାସରେ ରାଜ୍ୟରେ ୨୮୨ ନକ୍ସଲଙ୍କୁ ମାରି ସାରିଲାଣି । ୧୦୩୩ ନକ୍ସଲ ଗିରଫ ହୋଇଛନ୍ତି ଏବଂ ୯୨୫ ଜଣ ଆତ୍ମସମର୍ପଣ କରିଛନ୍ତି । ପିଏମ୍ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆମ ରାଜ୍ୟ ନିଶ୍ଚୟ ନକ୍ସଲମୁକ୍ତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+