୬୦ବର୍ଷରେ ପାଧ ଥାପିଲେ ଶାହା, ପିଏମ୍ ମୋଦି ସେ ଜଣେ ଦକ୍ଷ...

ନୂଆଦିଲ୍ଲୀ: ଆଜି ଦେଶର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟୟ ଅଧ୍ୟକ୍ଷ ଅମିତ ଶାହଙ୍କ ୬୦ ତମ ଜନ୍ମ ଦିନ । ବର୍ତ୍ତମାନ ବିଜେପି ଦେଶର ସବୁଠୁ ବଡ ଦଳ ଭାବେ କାର୍ଯ୍ୟ କରୁଛି । ତେବେ ଦଳର ବିକାଶରେ ଶାହଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ସେଥିପାଇଁ ତାଙ୍କୁ ବିଜେପିର ଚାଣକ୍ୟ ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଶାହାଙ୍କୁ ଭାରତୀୟ ରାଜନୀତିରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଏ ।

୧୦ ବର୍ଷର ବନବାସ ପରେ ୨୦୧୪ରେ ବିଜେପି କେନ୍ଦ୍ରସରକାରର କ୍ଷମତାକୁ ଫେରିଥିଲେ । ଆଉ ଏଥିରେ ଏହି ନେତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ରାଜନୀତିରେ ଗୋଟି ଚାଳନାରେ ପାରଙ୍ଗମ ତଥା ବିଜେପିର ଚାଣକ୍ୟ ବୋଲି ଚର୍ଚ୍ଚା ହେଉଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଜି ୬୦ ତମ ଜନ୍ମ ଦିନ ।

ତାଙ୍କର 58 ତମ ଜନ୍ମଦିନରେ, ଆସନ୍ତୁ ନଜର ପକାଇବା ତାଙ୍କ ପିଲା ଦିନରୁ ରାଜନୈତିକ କ୍ୟାରିୟର ଉପରେ....
୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ। ପିତା ଅନିଲଚନ୍ଦ୍ର ଶାହ ଏବଂ ମାତା କୁସୁମବେନ ଶାହ। ତାଙ୍କ ପତ୍ନୀ ସୋନଲ ଶାହ ଏବଂ ପୁଅ ଜୟ ଶାହ।

ଶାହାଙ୍କ ଜନ୍ମ ପରେ ମୁମ୍ବାଇ ଛାଡି ପୁରା ପରିବାର ଗୁଜୁରାଟରେ ବାସ କରୁଥିଲେ । ଫଳରେ ଅମିତଙ୍କ ପିଲାଦିନ ଗୁଜୁରାଟ ଘରେ ହିଁ ବିତିଛି । ଜେଜେବାପାଙ୍କ ଇଚ୍ଛା ଅନୁସସାରେ ଶାହା ପାରମ୍ପରିକ ଶିକ୍ଷା ଲାଭ ଆରମ୍ଭ କରିଥିଲେ । ପାରମ୍ପରିକ ପୋଷାକ ସହିତ ସକାଳୁ ଉଠି ପାଠ ପଢୁଥିଲେ ଶାହା । ମାତ୍ର 4 ବର୍ଷ ବୟସରେ ବି ସେ ନିଜର କର୍ମ ପ୍ରତି ନିଷ୍ଠାପର ଥିଲେ । ପାଠ ପଢିବା ସମୟରେ ହିଁ ମନିଟର ଭାବେ ଶ୍ରେଣୀର ଦାୟିତ୍ବ ସମ୍ଭାଳୁଥିଲେ ଶାହା ।

Amit Shah happy birth day

ପରିବାରରେ ରାଜନୈତିକ ପୃଷ୍ଠଭୂମି ଥିବାରୁ ଶାହାଙ୍କ ପିଲାଟି ଦିନୁ ହିଁ ସାଂଗଠନିକ ଦକ୍ଷତାର ବିକାଶ ଘଟିଥିଲା । ରାଜନୀତିର ଆରମ୍ଭ ସ୍କୁଲ ପାଠ ସାରି କଲେଜରେ ପାଦ ଦେବା ପରେ ଆରମ୍ଭ ହୋଇଥିଲା ଶାହାଙ୍କ ରାଜନୀତିରେ ଜୀବନ। 1986ରେ ସେ ବିଜେପିରେ ଯୋଗ ଦେଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ନିଜର କାର୍ଯ୍ୟ ସଠିକ ଭାବେ କରି ଚାଲିଛନ୍ତି । ଏହାପୂର୍ବରୁ ସେ 1982 ମସିହାରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେତେବେଳେ ମୋଦୀ ସଙ୍ଗଠନର ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲେ ।

ଅମିତ ଶାହ ଜଣେ ଦକ୍ଷ ସଙ୍ଗଠକ। ତୃଣମୂଳ ସ୍ତରରେ ସେ ରଣନୀତି କରିବାରେ ଅମିତ ଶାହ ମାହିର। ଏହାର ଉଦାହରଣ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହି ୨ ନିର୍ବାଚନରେ ବିଜେପି ବମ୍ପର ସିଟ୍‌ରେ ଜିତି ସରକାର ଗଠନ କରିଥିଲା। ଏପରିକି ଅମିତ ଶାହଙ୍କ ଅଧ୍ୟକ୍ଷ ଥିବା ବେଳେ ବିଜେପି ଏଭଳି ରାଜ୍ୟରେ କ୍ଷମତାକୁ ଫେରିଥିଲା, ଯେଉଁଠାରେ ଭାରତୀୟ ଜନତା ପାର୍ଟିର ଚିହ୍ନବର୍ଣ୍ଣ ନଥିଲା। ଅମିତ ଶାହ ଉତ୍ତର ପ୍ରଦେଶ, ଜମ୍ମୁ କାଶ୍ମୀର ବ୍ୟତୀତ ପୂର୍ବୋତ୍ତରରେ ବିଜେପି ଗଡ଼ ମଜଭୁତ କରିଥିଲେ।

୨୦୧୪ ମସିହାରେ ନିର୍ବାଚନ ସମୟରେ ସେ ବିଜେପିର ଉତ୍ତରପ୍ରଦେଶ ଇନଚାର୍ଜ ଥିଲେ । ସାଧାରଣ ନିର୍ବଚନରେ ବିଜେପି ଓ ତାର ମିତ୍ରଦଳଗୁଡିକ ୮୦ ଆସନ ମଧ୍ୟରୁ ୭୩ଟି ଆସନ ହାସଲ କରିଥିଲେ । ସେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ୫ବର୍ଷ ୬ମାସ ରହିଥିଲେ । ଏହି ସମୟ ମଧ୍ୟରେ ବିଜେପି ସଫଳତାର ଶୀର୍ଷରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଶାହାଙ୍କୁ ଜଣେ ପରିଶ୍ରମୀ ନେତା ବୋଲି କହିଛନ୍ତି

ଅମିତ ଶାହାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାବେଳେ ପିଏମ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, ଅମିତ ଶାହାଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା। ସେ ଜଣେ ପରିଶ୍ରମୀ ନେତା ଯିଏ ନିଜ ଜୀବନକୁ ବିଜେପିକୁ ମଜବୁତ କରିବା ପାଇଁ ଉତ୍ସର୍ଗ କରିଛନ୍ତି। ସେ ଜଣେ ଅସାଧାରଣ ପ୍ରଶାସକ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ କାମନା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+