Get Updates
Get notified of breaking news, exclusive insights, and must-see stories!

ମୁଣିପୁରରେ ଆଉ ୬ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ!

ମଣିପୁରରେ ରାଷ୍ଟ୍ରପତି ଶାସନ ଅବଧିକୁ ଆସନ୍ତାମାସ ୧୩ ତାରିଖ ଠାରୁ ଆଉ ୬ ମାସ ବୃଦ୍ଧି କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ଆଜି ଲୋକସଭାରେ ମଞ୍ଜୁରୀ ମିଳିଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ପ୍ରସ୍ତାବ ଆଗତ କରି କହିଥିଲେ ଯେ ମଣିପୁରରେ ଚଳିତ ବର୍ଷ ଫେବୃୟାରୀ ୧୩ ତାରିଖ ଦିନ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ବର୍ତ୍ତମାନର ସ୍ଥିତିକୁ ଦେଖି ଏହାର ଅବଧିକୁ ଆଉ ୬ ମାସ ବୃଦ୍ଧି କରିବା ଲାଗି ସେ ଗୃହକୁ ନିବେଦନ କରିଥିଲେ ।

ଏହି ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଲାଗି ରାଷ୍ଟ୍ରପତି ଶାସନ ଅବଧିକୁ ବୃଦ୍ଧି କରିବା ଆବଶ୍ୟକ । ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ଦିନଠାରୁ କେବଳ ଗୋଟିଏ ସ୍ଥାନରେ ହିଂସା ଦେଖାଦେଇଥିଲା ଏବଂ ଏହି ଘଟଣାରେ ଜଣଙ୍କର ପ୍ରାଣହାନୀ ହୋଇଥିଲା

ବୋଲି ସେ କହିଛନ୍ତି । ଶ୍ରୀ ରାୟ କହିଛନ୍ତି, ଗତ ୪ ମାସ ମଧ୍ୟରେ ରାଜ୍ୟରେ ଆଉ କୌଣସି ଅଘଟଣ ଘଟିନାହିଁ କିମ୍ବା କାହାରୀ ପ୍ରାଣହାନୀ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର ପୂର୍ବାଞ୍ଚଳର ବିକାଶ ଲାଗି ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ୭୮ରୁ ଅଧିକ ଥର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗସ୍ତ କରିଛନ୍ତି ।

manipur

ୟୁ.ପି.ଏ. ଶାସନ ଅବଧି ତୁଳନାରେ ଏନ୍‍.ଡି.ଏ. ସରକାରଙ୍କ ସମୟରେ ହିଂସାତ୍ମକ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ମଣିପୁରରେ ଆଲୋଚନା ମାଧ୍ୟମରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି । ଏହି ଆଲୋଚନାରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଟି.ଡି.ପି.ର ସାଂସଦମାନେ ମଧ୍ୟ ଭାଗ ନେଇଥିଲେ । ଏହି ଆଲୋଚନା ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+