ବିହାରରେ ଉଗ୍ର ରୂପ ନେଉଛି ହିଂସା: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଲେ ଅମିତ ଶାହା

Amit Shah Bihar Visit Toady: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ବିହାରର ନବାଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ସେଠାରେ ରାଜ୍ୟର ବର୍ତ୍ତମାନର ଜେଡିୟୁ-ଆରଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଥିଲେ ।
ଅମିତ ଶାହା କହିଛନ୍ତି ଯେ, ଯେଉଁ ସରକାରରେ ଲାଲୁ ଯାଦବଙ୍କ ଜଙ୍ଗଲ ରାଜ ପାର୍ଟି ଅନ୍ତର୍ଭୁକ୍ତ, ସେହି ସରକାର ବିହାରରେ ଶାନ୍ତି ଆଣିପାରିବ କି? ଏହି ମହାମେଣ୍ଟକୁ ଭାଙ୍ଗିବା ପରେ ହିଁ ବିହାରରେ ଶାନ୍ତି ଏବଂ ଉନ୍ନତି ଆସିବ ।
ନୀତୀଶ କୁମାରଙ୍କୁ ସମାଲୋଚନା କଲେ ଶାହା
ସେହିପରି ଅମିତ ଶାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, କ୍ଷମତା ଲୋଭରେ ନିତୀଶ କୁମାର ଲାଲୁ ଯାଦବଙ୍କ ସହ ହାତ ମିଶାଇଛନ୍ତି । ବିହାରରେ ଚାଲିଥିବା ଜଙ୍ଗଲ ରାଜ ପାଇଁ ନିତୀଶ କୁମାରଙ୍କୁ ଦାୟୀ କରିଛନ୍ତି ଅମିତ ଶାହା । ସେହିପରି ଶାହା ନିତୀଶ କୁମାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ନିଜ ଜୀବନରେ ଏତେ ପାର୍ଟି ବଦଳାଇଛନ୍ତି, ଅନେକ ଲୋକଙ୍କୁ ଠକିଛନ୍ତି, ହେଲେ ଲାଲୁଙ୍କ ଦଳ ସହ ମେଣ୍ଟ କରିବା ପରେ ବିହାରକୁ କ'ଣ ଦେଇଛ ?
ଦଙ୍ଗାକାରୀଙ୍କୁ ସିଧା କରିବାର ଦାୟିତ୍ୱ ନେବ ବିଜେପି
ସେହିପରି ବିହାରରେ ଲାଗି ରହିଥିଲା ହିଂସା କାଣ୍ତର ମଧ୍ୟ ନିନ୍ଦା କରିଛନ୍ତି ଶାହା । ସେ କହିଛନ୍ତି, ଏହି ଦଙ୍ଗାକାରୀମାନଙ୍କୁ ବାଟକୁ ଆଣିବା କାର୍ଯ୍ୟ ବିଜେପି ସରକାର କରିବ । ଆଜି ଏମାନଙ୍କ ପାଇଁ ସମଗ୍ର ବିହାର ଚିନ୍ତାରେ ପଡିଛି । ବିହାର ସରିଫରେ ନିଆଁ ଲାଗିଛି, ସାସରାମରେ ନିଆଁ ଲାଗିଛି । ୨୦୨୪ ରେ ମୋଦୀ ଜୀଙ୍କୁ ଭୋଟ ଦିଅନ୍ତୁ ଏବଂ ୨୦୨୫ରେ ବିହାରରେ ବିଜେପି ସରକାର ଗଠନ କରନ୍ତୁ । ଯାହା ପରେ ଏହି ଦଙ୍ଗାକାରୀଙ୍କୁ ସିଧା କରିବାର ଦାୟିତ୍ୱ ନେବ ବିଜେପି ।












Click it and Unblock the Notifications