ନିର୍ବାଚନ ପୂର୍ବରୁ ଶାହାଙ୍କ ଭବିଷ୍ୟବାଣୀ, କହିଲେ ଦିଲ୍ଲୀରେ...
ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ, ମହାରାଷ୍ଟ୍ରର ଶିରିଡିରେ ଆଜି (ରବିବାର) ମହାରାଷ୍ଟ୍ର ବିଜେପିର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ ହୋଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଂଶଗ୍ରହଣ କରି କର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।

ଶାହ କହିଛନ୍ତି ଯେ, "ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବାକୁ ଯାଉଛି । ୨୦୨୪ ମସିହାରେ, ବର୍ଷଟି ମହାରାଷ୍ଟ୍ରରେ ଏକ ବଡ଼ ବିଜୟ ସହିତ ଶେଷ ହୋଇଥିଲା ଏବଂ ନୂତନ ବର୍ଷ ୨୦୨୫ ଦିଲ୍ଲୀରେ ଏକ ବିଜୟ ସହିତ ଆରମ୍ଭ ହେବ।" ସମ୍ମିଳନୀ ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ କର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ।












Click it and Unblock the Notifications