Get Updates
Get notified of breaking news, exclusive insights, and must-see stories!

ମମତାଙ୍କୁ ଟାର୍ଗେଟ କରିଲେ ଅମିତ ଶାହା,କହିଲେ ପାକିସ୍ତାନର ପରମାଣୁ ବୋମାକୁ ଡରୁଛନ୍ତି ମମତା

କୋଲକାତା : ଦେଶରେ ୫ଟି ପର୍ଯ୍ୟାୟ ମତଦାନ ସରିଛି । ବାକି ପର୍ଯ୍ୟାୟ ନିର୍ବାଚନ ଲାଗି ନେତା ଏବେ କରୁଛନ୍ତି ଜୋରଦାର ପ୍ରଚାର । ଶାସକ ଓ ବିରୋଧୀ ଏବେ ଆରୋପ ପ୍ରତ୍ୟାରୋପ ଜୋରଦାର ଲଗାଉଛନ୍ତି । ଏହି କ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ପୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ।

ପାକିସ୍ତାନର ଆଣବିକ ବୋମାକୁ ମମତା ଦିଦି ଭୟ କରିପାରନ୍ତି, କିନ୍ତୁ ଆମେ ପିଓକେକୁ ଅକ୍ତିଆର କରିବୁ । ପଶ୍ଚିମବଙ୍ଗର କାନ୍ଥିରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏକଥା କହିଛନ୍ତି ଅମିତ ଶାହା । ସେ କହିଛନ୍ତି,ମା'-ମାଟି-ମନୁଷ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ମମତା ଏହି ସ୍ଲୋଗାନକୁ ମୁଲ୍ଲା, ମଦ୍ରାସା ଏବଂ ମାଫିଆରେ ପରିବର୍ତ୍ତନ କରିଛନ୍ତି ।

Amit Shah

ଅମିତ ଶାହା କହିଛନ୍ତି, ୭୦ ବର୍ଷ ଧରି କଂଗ୍ରେସ ଏବଂ ଟିଏମସି ରାମ ମନ୍ଦିରକୁ ଅଟକାଇବାରେ ଲାଗିପଡିତତ୍ଲେ । ଆପଣମାନେ ମୋଦି ଜୀଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିଥିଲେ, ୫ ବର୍ଷ ମଧ୍ୟରେ ସେ ଏହି ମାମଲାରେ ଜିତିଥିଲେ । ଭୂମି ପୂଜନ କରିଥିଲେ ଏବଂ ଜାନୁଆରୀରେ ମଧ୍ୟ ଏହି ପ୍ରାଣ ପ୍ରତିଷ୍ଠା ହୋଇଥିଲା ।

ପ୍ରାଣ ପ୍ରତିଷ୍ଠା ପାଇଁ ମମତା ଦିଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସେ ଅଯୋଧ୍ୟାକୁ ଯାଇ ନଥିଲେ । ଭୋଟ ବ୍ୟାଙ୍କକୁ ଭୟ କରୁଥିବାରୁ ସେ ଯାଇ ନ ଥିଲେ ବୋଲି ଅମିତ ଶାହା କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+