ଖଡ଼େଙ୍କୁ ଟାର୍ଗେଟ୍ କଲେ ଅମିତ ଶାହ, କହିଲେ ଆପଣ ୨୦୪୭ ପର୍ଯ୍ୟନ୍ତ ବଞ୍ଚି ରୁହନ୍ତୁ...
Jammu and Kashmi: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼େଗ ଜମ୍ମୁ-କଶ୍ମୀରର ଜସ୍ରୋତାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ମୋଦିଙ୍କୁ ଟର୍ଗେଟ କରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ଯେପର୍ଯ୍ୟନ୍ତ ହଟାଇ ନ ଦେଇଛି, ସେ ପର୍ଯ୍ୟନ୍ତ ମୁଁ ଜିବିତ ରହିବି । ଏପରି ବୟାନ ଦେବା ପୂର୍ବରୁ ଖଡ଼ଗେ ମଞ୍ଚ ଉପରେ ଅସୁସ୍ଥ ହୋଇପଡିଥିଲେ, ଚେତା ଫରିବା ପରେ ସେ ମଞ୍ଚ ଉପରେ ସିଧାସଳଖ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ବର୍ତ୍ତମାନ ଏପରି ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଅମିତ ଶାହା ଖଡେଗଙ୍କୁ ସମାଲୋଚନା କରିଛନ୍ତି ।

ଖଡଗେଙ୍କର ଏପରି ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିବୃତ୍ତିରେ କୁ ଏନେଇ ଖଡଗେଙ୍କୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରସଙ୍ଗରେ ଅଯଥାରେ ଟିପ୍ପଣୀ ଦେଉଛନ୍ତି । ବ୍ୟକ୍ତିଗତ ମନ୍ତବ୍ୟଦେଇ ମୋଦିଙ୍କୁ ସେ ଟାଣୁଛନ୍ତି । ତାଙ୍କର ଏପରି ବୟାନ ଗ୍ରହଣୀୟ ନୁହେଁ । ତାଙ୍କ ବୟାନ କହୁଛି କଂଗ୍ରେସ ନେତାଙ୍କ ମନରେ ମୋଦିଙ୍କ ପ୍ରତି କେତେ ଘୃଣା ଓ ଭୟ ରହିଛି ।
ଶାହ ଆହୁରି କହିଛନ୍ତି, କଂଗ୍ରେସ ନେତାମାନେ ସବୁବେଳେ ଏପରି ଚିନ୍ତା କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଏବଂ ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ। କଂଗ୍ରେସ ନେତା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବା ପର୍ଯ୍ୟନ୍ତ ଏହାକୁ ଦେଖିବାକୁ ବଞ୍ଚି ରହିବେ ବୋଲି ଶାହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଛନ୍ତି।
#WATCH | Jammu and Kashmi: Congress President Mallikarjun Kharge became unwell while addressing a public gathering in Kathua. pic.twitter.com/OXOPFmiyUB
— ANI (@ANI) September 29, 2024












Click it and Unblock the Notifications