ମହାକୁମ୍ଭରେ ବୁଡ଼ ପକାଇଲେ ଶାହା
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ସୋମବାର ପବିତ୍ର ତ୍ରୟୋଦଶୀ ତିଥିରେ ସାଧୁସନ୍ଥଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହ ଯୋଗଗୁରୁ ବାବା ରାମଦେବ ଉପସ୍ଥିତ ରହି ବୁଡ଼ ପକାଇଛନ୍ତି। ସଙ୍ଗମ ସ୍ନାନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଘାଟରେ ଆଳତି କରିଥିଲେ।
ପବିତ୍ର ବୁଡ଼ ପକାଇବା ପରେ, ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଏବଂ ପୁଅ ଜୟ ଶାହଙ୍କ ସହିତ ତ୍ରିବେଣୀ ସଙ୍ଗମରେ ଆରତୀ କରିଥିଲେ। ଶାହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସମୟରେ ବାବା ରାମଦେବଙ୍କ ସମେତ ଅନ୍ୟାନ୍ୟ ସାଧୁସନ୍ଥମାନେ ତାଙ୍କ ସହିତ ଯୋଗ ଦେଇଥିଲେ। ଅମିତ ଶାହ ଆଜି ନିଜ ସୋସିଆଲ ମିଡିଆରେ ପେଜରେ ଲେଖିଛନ୍ତି, "ମହାକୁମ୍ଭ ସନାତନ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । ଆଜି ଧାର୍ମିକ ନଗରୀ ପ୍ରୟାଗରାଜରେ,ଏହି ମହାନ ପର୍ବ ଏକତା ଏବଂ ଅଖଣ୍ଡତା ପାଳନ କରାଯାଉଛି । ମୁଁ ସଙ୍ଗମରେ ବୁଡ଼ ପକାଇବା ଏବଂ ସନ୍ଥମାନଙ୍କ ଆଶୀର୍ବାଦ ନେବାକୁ ଅପେକ୍ଷା କରିଛି"।

ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନର ଏହା ଯାତ୍ରା ଦଶମ କୁମ୍ଭ ଯାତ୍ରା ହେବ । ଯେଉଁଥିରେ ମହାକୁମ୍ଭ, କୁମ୍ଭ ଏବଂ ଅର୍ଦ୍ଧକୁମ୍ଭ ଅନ୍ତର୍ଭୁକ୍ତ ରହିଛି । ଅମିତ ଶାହ ଏପର୍ଯ୍ୟନ୍ତ ୯ କୁମ୍ଭ ଏବଂ ଅର୍ଦ୍ଧକୁମ୍ଭରେ ଭାଗ ନେଇଛନ୍ତି । ନିକଟରେ ଅମିତ ଶାହା ନିଜେ ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।












Click it and Unblock the Notifications