ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ଉପରେ ଏଭଳି କିଛି ମନ୍ତବ୍ୟ ଦେଲେ ଶାହା
ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ ୨୦୨୪ ରାଜ୍ୟସଭାରେ ଆଜି ଗୃହିତ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି । ଗତ ଡିସେମ୍ବର ମାସରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ରେ ଆବଶ୍ୟକ ସଂଶୋଧନ କରାଯିବା ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀକୁ ଏହି ସଂଶୋଧିତ ବିଲ୍ ଅଧିକ ସୁଦୃଢ଼ କରିବ ।
ଜାତୀୟ ଏବଂ ରାଜ୍ୟ ସ୍ତରରେ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଏନ୍.ଡି.ଏମ୍.ଏ. ଏବଂ ଏସ୍.ଡି.ଏମ୍.ଏ.କୁ ଏହି ବିଲ୍ କ୍ଷମତା ପ୍ରଦାନ କରିଛି । ରାଜ୍ୟ ସରକାରଙ୍କୁ ପୌର ନିଗମ ସହିତ ରାଜଧାନୀ ଏବଂ ସହରଗୁଡ଼ିକ ପାଇଁ ଏକ ପୃଥକ ସହରାଞ୍ଚଳ
ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ କରିବା ନେଇ ଏହି ବିଲ୍ କ୍ଷମତା ପ୍ରଦାନ କରିଛି । ଜାତୀୟ ଏବଂ ରାଜ୍ୟ ସ୍ତରରେ ବିପର୍ଯ୍ୟୟ ଡାଟାବେଶ୍ ପ୍ରସ୍ତୁତ କରିବାରେ ମଧ୍ୟ ଏହି ବିଲ୍ ସହାୟକ ହେବ ବୋଲି ଜଣାପଡ଼ିଛି ।

ବିଲ୍ ଆଲୋଚନାର ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିପର୍ଯ୍ୟୟର ପରିସର ଏବେ ବଦଳି ଯାଇଛି ଏବଂ ସେହି ଅନୁଯାଇ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବିଲ୍ ଜରିଆରେ ବିପର୍ଯ୍ୟୟ ପରିଚାଳନା କେବଳ ସରକାରଙ୍କ ନେତୃତ୍ୱାଧୀନତାରୁ ମୁକ୍ତ ହୋଇ ଏକ ବହୁମୁଖୀ କ୍ଷେତ୍ର ଆଡ଼କୁ ସମ୍ପ୍ରସାରିତ ହେବାକୁ ଯାଉଛି ବୋଲି ଶାହା କହିଛନ୍ତି ।












Click it and Unblock the Notifications