'ଇଂରାଜୀ କହୁଥିବା ଲୋକେ ନିଜକୁ ଖୁବ୍ ଶୀଘ୍ର ଲଜ୍ଜିତ ମନେକରିବେ'
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଂରାଜୀ ବ୍ୟବହାର କରୁଥିବା ଲୋକଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏପରି ଲୋକମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ । ଦେଶରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଭାଷା ବିବାଦ ଲାଗି ରହିଥିବା ବେଳେ ଇଂରାଜୀ ଉପରେ ଟିପ୍ପଣୀ କରି ପୁଣି ଏକ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦେଶରେ ଯେଉଁମାନେ ଇଂରାଜୀ କହୁଛନ୍ତି ସେମାନେ ଖୁବ୍ଶୀଘ୍ର ଲଜ୍ଜିତ ହେବେ ବୋଲି ଶାହ କହିଛନ୍ତି।
ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ମାତୃଭାଷା ଭାରତର ପରିଚୟର କେନ୍ଦ୍ରବିନ୍ଦୁ ଏବଂ ବିଦେଶୀ ଭାଷା ଅପେକ୍ଷା ଏହାକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉଚିତ। "ଏହି ଦେଶରେ, ଯେଉଁମାନେ ଇଂରାଜି କହୁଛନ୍ତି ସେମାନେ ଶୀଘ୍ର ଲଜ୍ଜିତ ହେବେ। ଏପରି ଏକ ସମାଜର ସୃଷ୍ଟି ହେବା ବହୁତ ଦୂର ନୁହେଁ। ମୁଁ ବିଶ୍ୱାସ କରେ ଯେ ଆମ ଦେଶର ଭାଷାଗୁଡ଼ିକ ଆମ ସଂସ୍କୃତିର ଅଳଙ୍କାର। ଆମ ଭାଷା ବିନା, ଆମେ ପ୍ରକୃତରେ ଭାରତୀୟ ହେବା ବନ୍ଦ କରିଦେବୁ," ବୋଲି ଶାହ କହିଥିଲେ।

ସେ ଭାରତର ଭାଷାଗତ ଐତିହ୍ୟକୁ ପୁନରୁଦ୍ଧାର କରିବା ପାଇଁ ସାରା ଦେଶରେ ଏକ ନୂତନ ପ୍ରୟାସ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ଶାହ ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ ସାରା ବିଶ୍ୱରେ ଇଂରାଜୀ ଭାଷାକୁ ଉପନିବେଶବାଦୀ ଦାସତ୍ୱର ପ୍ରତୀକ ଭାବରେ ଧରାଯିବ।












Click it and Unblock the Notifications