ପାକିସ୍ତାନ ଉପରେ ଶାହାଙ୍କ ବଡ଼ ମନ୍ତବ୍ୟ, କହିଲେ.....

ଜମ୍ମୁ କାଶ୍ମୀର ପହଲଗାମ ଆକ୍ରମଣ ପରେ ଭାରତର ପଦକ୍ଷେପକୁ ନେଇ ପାକିସ୍ତାନ ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଇଆସୁଥିଲା। ହେଲେ ଅପରେସନ 'ସିନ୍ଦୂର' ସମୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଠାରୁ ଅରମ୍ଭ କରି ସେନାମୁଖ୍ୟ ଯାଏ, ସମସ୍ତେ ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶନିବାର ପାକିସ୍ତାନର ପରମାଣୁ ଆକ୍ରମଣ ଧମକକୁ ନେଇ କଡ଼ା ଜବାବ ଦେଇଛନ୍ତି। ଭାରତ ପରମାଣୁ ଧମକକୁ ଡରୁନି କହିଛନ୍ତି ଶାହ।

Amit Shah

ଗୁଜରାଟର ଗାନ୍ଧୀନଗରରେ ଏକ କାର୍ଯ୍ୟକ୍ରମରେ ଶାହ ଯୋଗଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିକଶିତ କରିବା ଦିଗରେ କୌଣସି ଅବେହଳା କରିନାହାନ୍ତି। ଦେଶକୁ ସୁରକ୍ଷା ରଖିବାର କାର୍ଯ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହେଉଥିଲା। ଅନେକ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ କୌଣସି ଜବାବ ଦିଆଯାଉ ନ ଥିଲା। କିନ୍ତୁ ଏବେ ସେଭଳି ହେଉନାହିଁ। ଅପରେସନ 'ସିନ୍ଦୂର'କୁ ନେଇ ଶାହ କହିଥିଲେ ସେନା ଇଟାର ଜବାବ ପଥରରେ ଦେଇଛି। ସେନା ଯୋଗୁ ଆମ ମଥା ଉଚ୍ଚା ହୋଇଛି। ଆମେ ପରମାଣୁ ଆକ୍ରମଣ ଧମକକୁ ଡରୁନାହୁଁ ବୋଲି କହିଛନ୍ତି ଅମିତ ଶାହା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+