'୨୯ରେ ପୁଣି ଏନ୍ଡିଏ ସରକାର'
ଚଣ୍ଡିଗଡ଼ : ଦେଶରେ ବିରୋଧୀ ଇଣ୍ଡିଆ ଗଠବନ୍ଧନ ବିରୋଧରେ ରଣ ହୁଁକାର ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଉ ଦାବି କଲେ ଇଣ୍ଡିଆ ମେଣ୍ଟ ଯେତେ ଯାହା କରୁ ପଛେ ୨୦୨୯ ଲୋକସଭା ନିର୍ବାଚନରେ ପୁଣି ଦେଶରେ ଏନ୍ଡିଏ ସରକାର ଗଠନ ହେବ । ଚଣ୍ଡିଗଡ଼ରେ ଜଳଯୋଗାଣ ପ୍ରକଳ୍ପ ନ୍ୟାୟ ସେତୁ ଓ ସ୍ମାର୍ଟ ସିଟି ମିଶନର ଉଦ୍ଘାଟନ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଏଭଳି କିଛି କହିଛନ୍ତି ।
ଶାହ କହିଛନ୍ତି, ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ବିରୋଧୀମାନେ ଚାହୁଁଛନ୍ତି । ସେମାନଙ୍କୁ ପ୍ରଥମେ ବିରୋଧୀ ଭୂମିକାରେ ରହି କାମ କରିବାର ତରିକା ଶିଖିବା ଉଚିତ । ଆମ ସରକାର ଚାଲିବ ନାହିଁ ବୋଲି ସେମାନେ ବାରମ୍ୱାର କହୁଛନ୍ତି । ମୁଁ ସେମାନଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ଏନ୍ଡିଏ ସରକାର ନିଜ କାଯ୍ର୍ୟକାଳ ପୂରା କରିବ ଏବଂ ୨୦୨୯ ରେ ପୁଣି କ୍ଷମତାକୁ ଆସିବ ।

ସାମାନ୍ୟ ସଫଳତା ଦ୍ୱାରା ସେମାନେ (ଇଣ୍ଡିଆ ଗଠବନ୍ଧନ) ନିର୍ବାଚନ ଜିତିଯିବେ ବୋଲି ବୋଲି ଚାହୁଁଛନ୍ତି । ସେମାନେ ଜାଣିପାରୁ ନାହାନ୍ତି ଯେ ୩ଟି ନିର୍ବାଚନରେ କଂଗ୍ରେସକୁ ଯେତିକି ଆସନ ମିଳିଛି, ବିଜେପି ସଦ୍ୟ ନିର୍ବାଚନରେ ତା'ଠାରୁ ଅଧିକ ପାଇଛି । ମୋଦି ଜୀ ପ୍ରଧାନମନ୍ତ୍ରୀ ହେବା ପରେ ସ୍ମାର୍ଟ ସିଟି ଉପରେ ଫୋକସ୍ କରାଯାଉଛି ୭୪ ଉଛି ଏବଂ ଚଣ୍ଡିଗଡ଼ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ବୋଲି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଶାହା ।












Click it and Unblock the Notifications