ମମତାଙ୍କ ଉପରେ ବର୍ଷିଲେ ଶାହା. କହିଲେ ଏଥର.....
ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମମତା ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଆଉ ଏଥର ୨୦୨୬ରେ ପଶ୍ଚିମବଙ୍ଗରୁ ମମତା ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ବିଜେପିର କର୍ମକର୍ତ୍ତାକୁ ଆହ୍ବାନ ଦେଇଛନ୍ତି । ଯଦି ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବାକୁ ଚାହୁଁଛ, ଯଦି ପଶ୍ଚିମବଙ୍ଗରେ ଦୁର୍ନୀତି ବନ୍ଦ କରିବାକୁ ଚାହୁଁଛ ଏବଂ ଯଦି ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛ ତେବେ ପଶ୍ଚିମବଙ୍ଗରେ ଟିଏମସିର ସରକାର ହଟେଇ ବିଜେପିର ସରକାରକୁ ଆଣିବାକୁ ପଡ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ଶାହ ।
ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି । ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି,ଏହି ମାଟିରେ ଶତାଧିକ ବିଜେପି କର୍ମୀଙ୍କ ହତ୍ୟା ହୋଇଛି ।

ତେଣୁ ମନେରଖ ଦିଦି ତମ ସମୟ ସରିଆସିଲାଣି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢୁଛି । ଆଉ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ହତ୍ୟାକାରୀଙ୍କୁ ମାଟିରେ ପୋତା ହୋଇଥିଲେ ବି ବାହାରକରି ଦଣ୍ଡ ଦିଆଯିବ... ଏହା ମୋର ପ୍ରତିଶ୍ରୁତି ବୋଲି ଶାହା କହିଛନ୍ତି ।












Click it and Unblock the Notifications