ଅମିତ ଶାହାଙ୍କ ବଡ଼ ଘୋଷଣା:ସରକାରକୁ ଆସିଲେ ଶେଷ କରିବେ ମୁସଲିମ୍ ସଂରକ୍ଷଣ
ହାଇଦ୍ରାବାଦ: ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନାରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ତେଲେଙ୍ଗାନାରେ ବିଜେପି ସରକାର ଗଠନ ହୁଏ ତେବେ ରାଜ୍ୟରେ ମୁସଲମାନ ସଂରକ୍ଷଣ ଶେଷ ହେବ । ରବିବାର ଦିନ ହାଇଦ୍ରାବାଦ ନିକଟ ଚେଭେଲା ଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଅମିତ ଶାହା ଏହି ଘୋଷଣା କରିଛନ୍ତି ।
କର୍ଣ୍ଣାଟକରେ ମୁସଲମାନ ମାନଙ୍କୁ ମିଳୁଥିବା ସଂରକ୍ଷଣକୁ ନେଇ ଶାହା କହିଛନ୍ତି, ଏହି ସଂରକ୍ଷଣ ସମ୍ବିଧାନ ବିରୋଧି ଥିଲା । କଂଗ୍ରେସ ସରକାର ଅସାମ୍ବିଧାନିକ ଭାବେ ରାଜ୍ୟରେ ୪ ପ୍ରତିଶତ ମୁସଲମାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ହେଲେ ଆମ ସରକାର ଏହାକୁ ସମାପ୍ତ କରି ଅନ୍ୟ ସଂରକ୍ଷଣ ବଢାଯିବ ବୋଲି ଶାହା କହିଛନ୍ତି ।

ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ । ଯେଉଁଥି ପାଇଁ ନିକଟରେ ଅମିତ ଶାହା ପ୍ରଚାର କରିବା ପାଇଁ ତେଲେଙ୍ଗାନାରେ ପହଞ୍ଚିଥିଲେ । ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ବିଜେପିର ବାସବରାମ ବୋମ୍ମାଇ ସରକାର ନିକଟରେ ରାଜ୍ୟରେ ମୁସଲମାନମାନଙ୍କୁ ମିଳୁଥିବା ୪ ପ୍ରତିଶତ ସଂରକ୍ଷଣକୁ ସମାପ୍ତ କରି ଏହି ସଂରକ୍ଷଣକୁ ୱକାଲିଙ୍ଗ ଏବଂ ଲିଙ୍ଗାୟତ ସମ୍ପ୍ରଦାୟକୁ ଦିଆଯାଇଥିଲା ।
ବୋମ୍ମାଇ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି ଅମିତ ଶାହା ଶନିବାର ବେଙ୍ଗାଲୁରୁରେ କହିଛନ୍ତି ଯେ, ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୁଦ୍ଧ ଅଟେ । ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଭାରତୀୟ ଜନତା ଦଳ ତେଲେଙ୍ଗାନା ଉପରେ ଧ୍ୟାନ ଦେବେ ବୋଲି ବିଶ୍ୱାସ ରହିଛି ।

ଅମିତ ଶାହା କହିଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ଆମେ ତେଲେଙ୍ଗାନାରେ ମିଳୁଥିବା ଅସାମ୍ବିଧାନିକ ମୁସଲିମ ସଂରକ୍ଷଣକୁ ସମାପ୍ତ କରିବୁ ଏବଂ SAC, ST ଏବଂ OBCକୁ ଏହି ସଂରକ୍ଷଣ ପ୍ରଦାନ କରିବୁ । ଅମିତ ଶାହା ଆହୁରି କହିଛନ୍ତି, କେସିଆର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ନରେନ୍ଦ୍ର ମୋଦୀ ୨୦୨୪ରେ ପୁନର୍ବାର ଏହି ଆସନରେ ବିଜୟୀ ଲାଭ କରିବେ ।












Click it and Unblock the Notifications