କେନ୍ଦ୍ର ଗୃହମନ୍ତ୍ରୀଙ୍କ କାଶ୍ମୀର ଗସ୍ତର ଦ୍ଵିତୀୟ ଦିବସ: ସାମଗ୍ରିକ ବିକାଶ ପାଇଁ ଘୋଷଣା

ଶ୍ରୀନଗର: ଦେଶର ବିକାଶ ସହିତ ତାଳ ଦେଇ ଜାମୁ କାଶ୍ମୀରର ବିକାଶ ହେବ ବୋଲି କହିଛନ୍ତି ଦେଶର ଗୃହ ମନ୍ତ୍ରୀ ଅମିତ ଶାହ। ଶାହଙ୍କ କାଶ୍ମୀର ଗସ୍ତର ଆଜି ଦ୍ଵିତୀୟ ଦିବସ। ଏହି ଅବସରରେ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି ଶାହ। ଜମ୍ମୁ-କଶ୍ମୀରର ବିକାଶ ହେବ ଓ ଏହି ରାଜ୍ୟ ଦେଶକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି ଶାହ କହିଛନ୍ତି। ଶିକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଜମ୍ମୁ-କଶ୍ମୀର ଏବେ ଅନ୍ୟ ରାଜ୍ୟ ସହ ପାଦ ମିଳାଇ ଚାଲିବ ବୋଲି କହିବା ସହ ଆଗାମୀ ୨ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ମେଟ୍ରୋ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ଜମ୍ମୁ ସହର ଏବଂ ଶ୍ରୀନଗରରେ ମେଟ୍ରୋ ସେବା ଆରମ୍ଭ ହେବ। ଜମ୍ମୁ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ ଏବଂ ଜମ୍ମୁ କଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବ। ଆଜି ଜମ୍ମୁର ଭଗବତୀନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ ଅମିତ ଶାହା ଏହି ଘୋଷଣା କରିଛନ୍ତି।

ଏହା ମାତା ବୈଷ୍ଣୋ ଦେବୀ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନର ଭୂମି

amit shah
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ମାତା ବୈଷ୍ଣୋ ଦେବୀ, ପ୍ରେମ ନାଥ ଡୋଗ୍ରା, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନର ଭୂମି। ଯେଉଁମାନେ ଜମ୍ମୁ-କଶ୍ମୀରରେ ଶାନ୍ତି ଭଙ୍ଗ ଚେଷ୍ଟା କରିବେ ସେମାନଙ୍କୁ ଆମେ ସଫଳ ହେବାକୁ ଦେବୁ ନାହିଁ।

ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଉତ୍ତର ଦେଇ ଶାହ କହିଛନ୍ତି, ୨୦୦୪-୧୪ ମଧ୍ୟରେ ୨୦୮୧ ଲୋକ ପ୍ରାଣ ହରାଇଥିଲେ। ଅର୍ଥାତ ପ୍ରତିବର୍ଷ ୨୦୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୪ ସେପ୍ଟେମ୍ବରରୁ ୨୦୨୧ ପର୍ଯ୍ୟନ୍ତ ୨୩୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆମେ ଏହି ସଂଖ୍ୟାକୁ ନେଇ ସନ୍ତୁଷ୍ଟ ନୁହଁ କାରଣ ଆମେ ଏପରି ଏକ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ଯେତେବେଳେ କେହି ମରିବେ ନାହିଁ ଏବଂ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଶାହ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+