ଭାରତୀୟ ସେନାର ପଦକ୍ଷେପକୁ ଶାହାଙ୍କ ପ୍ରଶଂସା, କହିଲେ.....
ଦେଶର ସୁରକ୍ଷା ଏବଂ ଶତ୍ରୁ ପକ୍ଷର ଭିତ୍ତିଭୂମି ନଷ୍ଟ କରିବାରେ ଭାରତୀୟ ସେନାର ପଦକ୍ଷେପକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନିଆଯାଇଛି ।

ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଅପରେସନ ସିନ୍ଦୂର ମାଧ୍ୟମରେ ସରକାର ତାଙ୍କର ପ୍ରତିଶ୍ରୁତି ରକ୍ଷା କରିଛନ୍ତି ।












Click it and Unblock the Notifications