ନକ୍ସଲଙ୍କୁ ଆହ୍ବାନ କଲେ ଶାହ, କହିଲେ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର - ରାଜ୍ୟ ମଧ୍ୟରେ ସୁସମନ୍ୱୟ ଯୋଗୁଁ ଦେଶରୁ ମାଓବାଦ ଶେଷ ହେବାକୁ ଯାଉଛି । ଆଜି ଆମିତ ଶାହା ନୂଆଦିଲ୍ଲୀରେ ମାଓପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ଶାହା କହିଛନ୍ତି ଦେଶର ବିକାଶ କ୍ଷେତ୍ରରେ ମାଓବାଦ ସବୁଠୁ ବଡ଼ ଅନ୍ତରାୟ ପାଲଟିଛି ଏବଂ ଏହା ଦ୍ୱାରା କାହାର କିଛି ଲାଭ ହେଉନାହିଁ ।

ମାଓବାଦ ସହ ଜଡ଼ିତ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଶାହା ଆହ୍ୱାନ ଦେଇଛନ୍ତି । ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

amit shah

ବୈଠକ ପୂର୍ବରୁ ଗୃହମନ୍ତ୍ରଣାଳୟ କହିଥିଲା କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ ସଂପୂର୍ଣ୍ଣ ଭାବେ ମୂଳୋତ୍ପଟନ କରାଯିବ। ଏହାଛଡ଼ା କେନ୍ଦ୍ର ସରକାର ମାଓ ସମସ୍ୟା ସହ ମୁକାବିଲା କରୁଥିବା ରାଜ୍ୟମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବ ବୋଲି କୁହାଯାଇଥିଲା । ମନ୍ତ୍ରଣାଳୟ କହିଛି, ନରେନ୍ଦ୍ର ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ମାଓ ସଂପର୍କିତ ହିଂସାରେ ୭୨ ପ୍ରତିଶତ ହ୍ରାସ ପାଇଛି ।

ଏହି ବୈଠକରେ ନକ୍ସଲଙ୍କୁ ଆହ୍ୱାନ କଲେ ଶାହ । ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ । ଆଉ ସେମାନଙ୍କୁ ଥଇଥାନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି ଏହାର ଫାଇଦା ନିଅନ୍ତୁ , ଦେଶର ବିକାଶରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ ଆହୁରି କହିଛନ୍ତି ମାସକୁ ଥରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଟାସ୍କ ଦେଇଛନ୍ତି ଶାହ । ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କୁ ଅମିତ ଶାହଙ୍କ ଟାସ୍କ ମୁଖ୍ୟମନ୍ତ୍ରୀ ନକ୍ସଲ ମୁକାବିଲା ନେଇ ମାସକୁ ଥରେ ସମୀକ୍ଷା କରିବେ । ଜିଲ୍ଲାସ୍ତରରେ ଡିଜିପି ମାସକୁ ଥରେ ଯାଇ ସେଠି ରାତ୍ରିଯାପନ କରିବେ ସୁରକ୍ଷା କର୍ମୀଙ୍କ ସହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+