ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ; ନିମାପଡା, କୋରେଇ ଏବଂ ଚାନ୍ଦବାଲିରେ କରିବେ ପ୍ରଚାର

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବାରମ୍ବାର ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ନେତା । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବି ରହିଛି । ବଡ ବଡ ନେତାଙ୍କୁ ପ୍ରଚାର ମୈଦାନକୁ ଆଣି ସରଗରମ କରୁଛି ବିଜେପି ।

ଆଜି ପ୍ରଚାର ପାଇଁ ଆସୁଛନ୍ତିକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ୩ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚାନ୍ଦବାଲି, କୋରେଇ ଏବଂ ନିମାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଂଜିନ ସରକାର ପାଇଁ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ଶାହ ।

Amit Shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାରବାଟୀ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ଅମିତ ଶାହ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିମାପଡା ଆସିବେ ।

ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେଡି ଛାଡି ବିଜେପିର ସାମିଲ ହୋଇଥିବା ସମୀର ରଞ୍ଜନ ଦାଶ, ଅନ୍ୟନେତାମାନେ ଯୋଗଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+