ମାଓବାଦୀଙ୍କୁ ଭାଇ କହି ଅସ୍ତ୍ର ଛାଡିବାକୁ ଅନୁରୋଧ କଲେ ଶାହା
ଛତିଶଗଡ଼ର ୮୬ ନକ୍ସଲ ତେଲଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ମଧ୍ୟ ଅଛନ୍ତି । ଏହାକୁ ନକ୍ସଲବାଦ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀ ବଡ଼ ସଫଳତା ବୋଲି କୁହାଯାଉଛି । ଭଦ୍ରାଦ୍ରି କୋତାଗୁଡେମ ମଲ୍ଟି ଜୋନ୍-୧ର ଆଇଜି ଚନ୍ଦ୍ରଶେଖର ରେଡ୍ଡିଙ୍କ ଉପସ୍ଥିତିରେ ମହେନ୍ଦ୍ରପୁରମ୍ ପୋଲିସ ମୁଖ୍ୟାଳୟ ପହଞ୍ଚି ୮୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଛତିଶଗଡ଼ରେ ଅନେକ ହିଂସା ଘଟଣାରେ ସାମିଲ ଥିଲେ ।
ସୂଚନା ଅନୁସାରେ ଆତ୍ମମର୍ପଣ କରିଥିବା ନକ୍ସଲ ଛତିଶଗଡ଼ର ବିଭିନ୍ନ ଜିଲ୍ଲାର ଅଧିବାସୀ । ୮୬ ନକ୍ସଲଙ୍କ ମଧ୍ୟରେ ୬୬ ଜଣ ପୁରୁଷ ଓ ୨୦ ମହିଳା ସାମିଲ ଅଛନ୍ତି । ଆଇଜି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି ଯେ ଏହି ମାଓବାଦୀମାନେ ତେଲଙ୍ଗାନା ସରକାରଙ୍କ ଦ୍ୱାରା ଜାରି ଅପରେସନ 'ଚେୟୁଥା' ଅଧିନରେ ସରେଣ୍ଡର କରିଛନ୍ତି ।
ଦିନିକିଆ ଛତିଶଗଡ଼ ଗସ୍ତରେ ଶାହା ଥିବାବେଳେ ଦାନ୍ତେୱାଡ଼ାରେ ଆୟୋଜିତ 'ବସ୍ତର ପଣ୍ଡୁମ୍' କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ମାଓବାଦୀମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ନିବେଦନ ସ୍ବରରେ ଶାହା କହିଛନ୍ତି, କେହି ଜଣେ ବି ନକ୍ସଲ ଯେତେବେଳେ ଟଳିପଡେ ବା ତାକୁ ହତ୍ୟା କରାଯାଏ ସେତେବେଳେ ମତେ ଭାରି କଷ୍ଟ ହୁଏ ।

ପ୍ରଧାନମନ୍ତ୍ରୀ ମୋଦୀ ଚାହାଁନ୍ତି ବସ୍ତରର ବିକାଶ ହେଉେ ଆଉ ତାହା ସେତେବେଳେ ସମ୍ଭବ ହେବ ଯେତେବେଳେ ତୁମୋନେ ହିଂସାର ପଥ ଛାଡି ଶାନ୍ତିର ପଥ ଗ୍ରହଣ କରିବ। ଆମେ ଚାହୁଁ ପ୍ରତି ଗାଁରେ ଡାକ୍ତରଖାନା, ପ୍ରତି ଗାଁରେ ସ୍କୁଲ, ପ୍ରତି ଘରେ ୭ କିଲୋ ଚାଉଳ, ଆଧାର କାର୍ଡ, ରେସନ କାର୍ଡ, ସ୍ୱାସ୍ଥ୍ୟ ବୀମା ରହୁ । ହେଲେ ଏହା ସେତେବେଳେ ହିଁ ସତ ହୋଇପାରେ ଯେତେବେଳେ ବସ୍ତରର ଯୁବକମାନେ ଭାବିବେ ଯେ ବସ୍ତର ନକ୍ସଲ ମୁକ୍ତ ହେବା ଉଚିତ୍ ବୋଲି । ଏମିତି କହି ନକ୍ସଲମାନଙ୍କୁ ନିବେଦନ ଠାଣୀରେ ନକ୍ସଲବାଦର ଅନ୍ତ ପାଇଁ ଅନୁରୋଧ କରିଛନ୍ତି ଶାହା ।












Click it and Unblock the Notifications