କ୍ୟାବିନେଟ୍ ବୈଠକ ପୂର୍ବରୁ ଶାହଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ, ସରଗରମ ୟୁପି ରାଜନିତୀ

Amit Shah Meets Yogi Adityanath: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସିଏମ୍ ଯୋଗୀ ଆଦିତ୍ୟନାଥ ଅମିତ ଶାହଙ୍କୁ ପୁଣିଥରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ଅର୍ଥାତ୍ ସୋମବାର ସନ୍ଧ୍ୟାରେ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ହେବାର ସମ୍ଭାବନା ରହିଥିବା ବେଳେ ଶାହ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭେଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Amit Shah Meets Yogi Adityanath

ସୂଚନା ଅନୁସାରେ, ଅମିତ ଶାହଙ୍କୁ ଯୋଗୀ ଆଦିତ୍ୟ ନାଥ ଶୁଭେଚ୍ଛା ଜଣାଇଛନ୍ତି, ଏହାସହ ୩୫ ମିନିଟ୍ କାଳ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଏହି ଖବର ପ୍ରକାଶ ପାଇବା ପରେ ରାଜନୈତିତ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ଉତ୍ତରପ୍ରଦେଶ ଲୋକ ସଭା ନିର୍ବାଚନକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥାଇ ପାରେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏଥର ସାଧାରଣ ନିର୍ବାଚନରେ ବିଜେପିକୁ ଉତ୍ତର ପ୍ରଦେଶରେ ବଡ଼ କ୍ଷତି ସହିବା ପାଇଁ ପଡିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୬୨ଟି ଆସନ ଜିତିଥିବା ବେଳେ ଚଳିତ ବର୍ଷ ୩୩ଟି ଆସନରେ ସୀମିତ ରହିଛି । ଏଥର ଦଳର ବହୁ ବରିଷ୍ଠ ନେତା ଯେପରିକି, ସ୍ମୃତି ଇରାନୀ, ଅଜୟ ମିଶ୍ର ଟେନି, ରାମଶଙ୍କର କୋଠରିଆଙ୍କ ପରି ନେତାଙ୍କୁ ପରଜୟର ସ୍ୱାଦ ଚାଖିବା ପାଇଁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+