ସାହାରା ଜମାକାରୀଙ୍କୁ ମିଳିବ ଟଙ୍କା:ଗୃହମନ୍ତ୍ରୀ ଅମିତ ଶାହା କରିବେ ରିଫଣ୍ତ ପୋର୍ଟାଲର ଉଦଘାଟନ

ନୂଆଦିଲ୍ଲୀ: ସାହାରା ଜମାକାରୀ ଫେରିପାଇବେ ଟଙ୍କା । ଆଶ୍ୱାସନା ଦେଲେ ଗୃହମନ୍ତ୍ରୀ । ଆଜି ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ଅଟଳ ଉର୍ଜା ଭବନରେ ରିଫଣ୍ତ ପୋର୍ଟାଲର ଉନ୍ମୋଚନ କରିବେ । ଏହି ପୋର୍ଟାଲରେ ବା ୱେବସାଇଟରେ ଜମାକାରୀ କିପରି ଟଙ୍କା ଫେରିପାଇବେ ସେନେଇ ଉଲ୍ଲେଖ ରହିଛି । ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇପାରିବେ ।

ସମଗ୍ର ଦେଶରେ ଲକ୍ଷାଧିକ ନିବେଶକଙ୍କର କୋଟି କୋଟି ଟଙ୍କା ସାହାରା ଇଣ୍ତିଆରେ ଫସିରହିଛି । ଲୋକେ ଦୀର୍ଘଦିନ ହେଲା ନିଜ ଟଙ୍କା ଫେରି ପାଇବେ ବୋଲି ଆଶାରେ ଚାହିଁ ବସିଛନ୍ତି । ମାଚ୍ୟୁରିଟି ପୂରା ହେବା ସତ୍ତ୍ୱେ ଟଙ୍କା ଫେରି ପାଇନାହାଁନ୍ତି ଅନେକ ଲୋକ । ଯେଉଁଥି ପାଇଁ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି । ଶେଷରେ କେନ୍ଦ୍ର ସରକାର ଏହି ସମସ୍ୟାର ସମଧାନ କରିବାର ନିଷ୍ପତ୍ତି ନେଇଛନ୍ତି ।

amit shah

ଓଡ଼ିଶା, ବିହାର, ଝାଡ଼ଖଣ୍ତ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ସ୍ଥାନରେ ଅଧିକ ଜମାକାରୀ ଅଛନ୍ତି । ତେବେ କିପରି ବୁଡି ଯାଇଥିବା ଟଙ୍କା ଫେରି ପାଇବେ ସେନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ୍ କରିଥିଲେ । ଯାହାପରେ ଏହି ରିଫଣ୍ତ ପୋର୍ଟାଲର ଉଦଘାଟନ କରାଯାଉଛି ।

ସୂଚନାଥାଉ ଯେ, ସୁପ୍ରିମକୋର୍ଟ ସାହାରା ଇଣ୍ତିଆ ବ୍ୟାଙ୍କରେ ଗ୍ରାହକଙ୍କ ଜମା ପୁଞ୍ଜି ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଯେ, ସାହାରା ଇଣ୍ତିଆର ସମସ୍ତ ନିବେଶକଙ୍କୁ ସିଆରସି ଜରିଆରେ ଜମା ଟଙ୍କା ଫେରାଇଦିଆଯିବ । ତେବେ ସାହାରା-ସେବି ଫଣ୍ତରେ ୨୪ ହଜାର କୋଟି ଟଙ୍କା ଜମା ରହିଛି । ୨୦୨୧ରେ ସାହାରା-ସେବି ଫଣ୍ତ ଗଠନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+