ଗୃହମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ଅମିତ ଶାହଙ୍କୁ ନାହିଁ ଇତିହାସ ସୂଚନା

Rahul Gandhi On Nehru Criticism: ସଂସଦର ଶୀତକାଳୀନ ଅଧିବେଶନରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଦାୟୀ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଶାହାଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି କହିଛନ୍ତି, ଅମିତ ଶାହା ଇତିହାସ ଜାଣି ନାହାଁନ୍ତି, ସେ କେବଳ ପ୍ରସଙ୍ଗଗୁଡିକୁ ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରକୃତ ପ୍ରସଙ୍ଗ ହେଉଛି ଜାତିଭିତ୍ତିକ ଜନଗଣନା ଏବଂ କେନ୍ଦ୍ରରେ ଓବିସି ଅଧିକାରୀ ।

Rahul Gandhi

ରାହୁଲା ଗନ୍ଧି ଆହୁରି କହିଛନ୍ତି, ଏହି ଦେଶ ପାଇଁ ଜବାହର ଲାଲ ନେହେରୁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଷ ସେ ବର୍ଷ ବର୍ଷ ଧରି ଦେଲ ରହିଥିଲେ । ଅମିତ ଶାହା ଇତିହାସ ଜାଣିନାହାଁନ୍ତି, ସେ ଏବାକୁ ଆଉ ଥରେ ଲେଖିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଏହାକୁ ପ୍ରସଙ୍କ ହଟାଇବା ପାଇଁ ବ୍ୟବହାର କରୁଛନ୍ତି । ପ୍ରକୃତ ପ୍ରସଙ୍ଗ ହେଉଛି ଜନଗଣନା ।


ସେହିପରି ଯେତେବେଳେ ରାହୁଲ ଗାନ୍ଧିଙ୍କୁ ମଧ୍ୟପ୍ରଦେଶର ଓବିସି ସିଏମ୍ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଣେ ଓବିସି, କିନ୍ତୁ ପ୍ରଶ୍ନ ହେଉଛି ପ୍ରଶାସନରେ କେତେ ଜଣ ଓବିସି ଅଛନ୍ତି । କେନ୍ଦ୍ର ସରକାରଙ୍କ ୯୦ ଜଣ ସଚିବଙ୍କ ମଧ୍ୟରୁ କେବଳ ତିନିଟି ଓବିସି କାହିଁକି । ଆମେ ଓବିସି ଅଂଶଗ୍ରହଣ ଏବଂ ଜାକିଭିତ୍ତିକ ଜନଗଣନା ପ୍ରସଙ୍ଗ ସର୍ବଦା ଉଠାଇବୁ ।

ସୂଚନାଥାଉ ଯେ, ଜମ୍ମୁ କଶ୍ମୀର ସଂରକ୍ଷଣ ବିଲ୍ ୨୦୨୩ ଏବଂ ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ୍ ୨୦୨୩ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ପାରିତ ହେବା ପରେ ଏହା ସଂସଦରେ ଆଲୋଚନା କରାଯାଇଥିଲା । ଏହି ସମୟରେ ଅମିତ ଶାହା ଜମ୍ମୁ କାଶ୍ମୀରର ସମସ୍ୟା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି ।

ସେହିପରି ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଏବଂ ସଂରକ୍ଷଣ ସଂଶୋଧନ ବିଲ୍ । ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଉଦବୋଧନ ଦେଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କାଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି । ରାଜ୍ୟସଭାରେ ଆଲୋଚନା ବେଳେ ସେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ପାଇଁ ଜବାହରଲାଲ ନେହେରୁଙ୍କୁ ଦାୟୀ କରିଥିଲେ । ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ ଏକ ଭୁଲ କରିଛନ୍ତି, ଯେଉଁଥିପାଇଁ ଏସବୁ ଘଟିଲା । ସୋମବାର ରାଜ୍ୟସଭାରେ ଜାମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ 2023 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ 2023 ଉପରେ ଆଲୋଚନା ବେଳେ ଅମିତ ଶାହା ଏହା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+