ପଶ୍ଚିମବଙ୍ଗରେ ପେଟ୍ରୋପୋଲ ଟର୍ମିନାଲକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଭାରତ-ବାଂଲାଦେଶ ସୀମାରେ ପେଟ୍ରୋପୋଲସ୍ଥିତ ଲ୍ୟାଣ୍ଡ ପୋର୍ଟରେ ନବନିର୍ମିତ ଯାତ୍ରୀବାହୀ ଟର୍ମିନାଲ ବିଲ୍ଡିଂ ଏବଂ ମୈତ୍ରୀ ଦ୍ୱାର କାର୍ଗୋଗେଟ୍କୁ ଉଦ୍ଘାଟନ କରିଛନ୍ତି । ଉଭୟ ଦେଶର ନାଗରିକଙ୍କ ପାଇଁ ଅନ୍ତର୍ଜାତୀୟ ବାଣିଜ୍ୟର ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏହି ଟର୍ମିନାଲ ପ୍ରତିଷ୍ଠା କରାଯାଇଛି । ମୈତ୍ରୀ ଦ୍ୱାର କାର୍ଗୋ ଗେଟ୍କୁ ଭାରତ ଏବଂ ବାଂଲାଦେଶ ସହମତିଭିତ୍ତିରେ କାର୍ଯ୍ୟକ୍ଷମ କରାଯାଇଛି ।
ଗତବର୍ଷ ମେ' ମାସ ୯ ତାରିଖରେ ଶ୍ରୀ ଶାହା ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ଉତ୍ତର ୨୪ପ୍ରଗଣା ଜିଲ୍ଲାରେ ଅବସ୍ଥିତ ପେଟ୍ରୋପୋଲ ଲ୍ୟାଣ୍ଡପୋର୍ଟ ଦକ୍ଷିଣ ଏସିଆର ସର୍ବବୃହତ୍ ସ୍ଥଳ ବନ୍ଦର ହୋଇଛି । ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ରୂପେ କାର୍ଯ୍ୟ କରିବ । ପେଟ୍ରୋପୋଲ - ବେନାପୋଲ କ୍ରସିଂ ହେଉଛି ଦୁଇଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ସୀମା ଅଞ୍ଚଳ ଯାହାଦ୍ୱାରା ପ୍ରାୟ ୭୦ ପ୍ରତିଶତ ସ୍ଥଳଭିତ୍ତିକ ବାଣିଜ୍ୟ କାରବାର ହୋଇଥାଏ ।

ଏହାମଧ୍ୟ ଭାରତର ଅଷ୍ଟମ ବୃହତ୍ତମ ଆନ୍ତର୍ଜାତିକ ଇମିଗ୍ରେସନ ବନ୍ଦର । ବାର୍ଷିକ ୨ଦଶମିକ ୩/୫ ନିୟୁତରୁ ଅଧିକ ଯାତ୍ରୀ ପରିବହନର ସୁବିଧା ଏହି କ୍ରସିଂ ପଏଣ୍ଟ ମାଧ୍ୟମରେ ସମ୍ଭବ ହୋଇଥାଏ । ଶାହା ଅପରାହ୍ଣରେ ହୁଗୁଲି ଜିଲ୍ଲାର ଆରାମବାଗଠାରେ ସମବାୟ ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସଂଧ୍ୟାରେ କୋଲକାତାର ସଲ୍ଟଲେକ୍ସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications