ଦେଶର ସର୍ବବୃହତ ଓ ଆଧୁନିକ କ୍ରୀଡ଼ା କମ୍ପେ୍ଲକ୍ସକୁ ଉଦ୍‍ଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ର

୨୦୪୭ ସୁଦ୍ଧା ଦେଶକୁ ଏକ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ରଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଆଲୋକପାତ କରିଛନ୍ତି । ଅହମ୍ମଦାବାଦର ନାରଣପୁରାଠାରେ ଆଜି ଦେଶର ସର୍ବବୃହତ୍‍ ଏବଂ ଆଧୁନିକ କ୍ରୀଡ଼ା କମ୍ପେ୍ଲକ୍ସକୁ ଉଦ୍‍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି । ଅହମ୍ମଦାବାଦ ଖୁବ୍‍ଶୀଘ୍ର ଏସିଆର କ୍ରୀଡ଼ା ରାଜଧାନୀ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାପାଇଁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

sports complex

ଗତ ଦଶନ୍ଧିମଧ୍ୟରେ ଦେଶର କ୍ରୀଡ଼ା କ୍ଷେତ୍ରରେ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, କ୍ରୀଡ଼ା ବଜେଟ୍‍ ୧ ହଜାର ୬୪୩ କୋଟି ଟଙ୍କାରୁ ବୃଦ୍ଧି ପାଇ ଏବେ ୫ ହଜାର ୩ ଶହ କୋଟି ଟଙ୍କାରେ ପହଞ୍ôଚଛି । ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବୃହତ୍‍ କମ୍ପେ୍ଲକ୍ସ ଖେଳାଳିଙ୍କୁ ଅଭ୍ୟନ୍ତରୀଣ ଏବଂ ବାହ୍ୟ କ୍ରୀଡ଼ା କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରିବ । ଏହି କମ୍ପେ୍ଲକ୍ସରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ତାଲିମ୍‍ ଏବଂ ଆବାସିକ ସୁବିଧା ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ସମାରୋହରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବୀୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍‍ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+