ଦେଶରେ ୧୦ ହଜାରରୁ ଉର୍ଦ୍ଧ୍ୱ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ
କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ୍ ଶାହା ଆଜି ୧୦ ହଜାରରୁ ଊର୍ଦ୍ଧ୍ୱ ନୂତନ ଭାବେ ସ୍ଥାପିତ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ଏବଂ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଶାହା ସମ୍ପୃକ୍ତ ସମବାୟ ସଂସ୍ଥାଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର, ରୁପେ କିଷାନ କ୍ରେଡିଟ୍ କାର୍ଡ଼ ଏବଂ ମାଇକ୍ରେ ଏ.ଟି.ଏମ୍. ପ୍ରଦାନ କରିଛନ୍ତି ।

ପଞ୍ଚାୟତଗୁଡ଼ିକରେ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ଆର୍ଥିକ ଦେଣନେଣ ପ୍ରକିୟାକୁ ସହଜ ଓ ସରଳ କରିବା ଲକ୍ଷ୍ୟରେ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀ ଶାହା କହିଛନ୍ତି । କେନ୍ଦ୍ର ସରକାର ସମବାୟ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇଦେଇ ଗ୍ରାମୀଣ ଅର୍ଥନୀତିକୁ ନୂତନ ଦିଗ୍ଦର୍ଶନ ଦେବା ସହ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ କରିପାରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ୨ ହଜାର ପ୍ରାଥମିକ କୃଷିଋଣ ସମିତି ଗଠନ କରାଯିବାପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଏହାଫଳରେ କୃଷି ଉତ୍ପାଦଗୁଡ଼ିକ ବିଶ୍ୱବଜାରରେ ସହଜରେ ଉପଲବ୍ଧ ହୋଇପାରିବ ବୋଲି ଶାହା କହିଛନ୍ତି ।












Click it and Unblock the Notifications