Get Updates
Get notified of breaking news, exclusive insights, and must-see stories!

କେରଳର ୱାୟନାଡରେ ଭୂସ୍ଖଳନ: ସଂସଦର ଉଭୟ ଗୃହରେ ଅଂଶଗ୍ରହଣ କରି କ'ଣ କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Amit Shah in Parliamnet: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ସଦନରେ କେରଳର ୱାୟନାଡ ଠାରେ ଘଟିଥିବା ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଭୟ ଗୃହରେ ୱାୟନାଡର ଦୁଃଖଦ ଘଟଣା ଉପରେ ବକ୍ତବ୍ୟ ରଖି ଶ୍ରୀ ଅମିତ ଶାହ ସମସ୍ତ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ କେରଳ ସରକାରଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାର ୱାୟନାଡରେ ଉଦ୍ଧାର, ରିଲିଫ ଏବଂ ଥଇଥାନ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଭାରତର ଏକ ଉଦ୍ଧାର - କେନ୍ଦ୍ରିତ ଆଭିମୁଖ୍ୟ ଥିଲା, କିନ୍ତୁ ୨୦୧୪ ପରେ ମୋଦୀ ସରକାର ଶୂନ୍ୟ କ୍ଷୟକ୍ଷତି ଆଭିମୁଖ୍ୟ ନେଇ ଆଗେଇ ଚାଲିଛନ୍ତି । କେନ୍ଦ୍ର ପକ୍ଷରୁ ପଠା ଯାଇଥିବା ସୂଚନା ଅନୁଯାୟୀ ଲୋକଙ୍କୁ ଠିକ୍ ସମୟରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ଶ୍ରୀ ଶାହ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ଭାରତ ସରକାର ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାରର ଉଦ୍ୟମ କରିବାକୁ ଛାଡ଼ି ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜେ କାର୍ଯ୍ୟର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ସଦ୍ୟତମ ସୂଚନା ନେଉଛନ୍ତି ।

Amit Shah i

ଏହା ପୂର୍ବରୁ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ବିପର୍ଯ୍ୟୟର ସାତ ଦିନ ପୂର୍ବରୁ ଜୁଲାଇ ୨୩ରେ କେନ୍ଦ୍ର ସରକାର କେରଳ ସରକାରଙ୍କୁ ଆଗୁଆ ଚେତାବନୀ ଦେଇଥିଲେ ଏବଂ ଏହା ପରେ ୨୦୨୪ ଜୁଲାଇ ୨୪ ଓ ୨୫ରେ ଆଗୁଆ ଚେତାବନୀ ମଧ୍ୟ ଦିଆଯାଇଥିଲା । ଜୁଲାଇ ୨୬ରେ କେରଳ ସରକାରଙ୍କୁ କୁହା ଯାଇଥିଲା ଯେ ୨୦ ସେଣ୍ଟିମିଟରରୁ ଅଧିକ ପ୍ରବଳ ବର୍ଷା ହେବ ଏବଂ ଭୂସ୍ଖଳନ ଯୋଗୁଁ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି । ସେ କହିଥିଲେ ଯେ ଯଦି ଅଭିଯୋଗ କରୁଥିବା ବ୍ୟକ୍ତିମାନେ ପ୍ରାରମ୍ଭିକ ଚେତାବନୀ ସମ୍ପର୍କରେ ଜାଣିଥାନ୍ତେ, ତେବେ ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ସରକାର ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବ୍ୟବହାର କରି ଶୂନ୍ୟ କିମ୍ବା ପ୍ରାୟ ଶୂନ୍ୟ ଜୀବନ ହାନି ବିପର୍ଯ୍ୟୟ ପରିଚାଳନା ରିପୋର୍ଟ କରିଛନ୍ତି । ଉଦାହରଣ ଭାବରେ ସେ ଓଡ଼ିଶା ଓ ଗୁଜରାଟର ଘଟଣାକୁ ଉପସ୍ଥାପିତ କରିଥିଲେ । ୭ ଦିନ ପୂର୍ବରୁ ଓଡ଼ିଶା ସରକାରଙ୍କୁ ବାତ୍ୟା ସତର୍କ ସୂଚନା ପଠା ଯାଇଥିବା ବେଳେ ମାତ୍ର ଜଣେ ମୃତାହତ ହୋଇଥିବା ସୂଚନା ମିଳିଛି । ସେ କହିଥିଲେ ଯେ ତିନି ଦିନ ପୂର୍ବରୁ ଗୁଜରାଟକୁ ସତର୍କ ସୂଚନା ପଠା ଯାଇଥିଲା ଏବଂ ସେଠାରେ ଗୋଟିଏ ବି ପ୍ରାଣୀ କ୍ଷତିଗ୍ରସ୍ତ ହୋଇନାହାନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ ମସିହାରୁ ଭାରତ ସରକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ ୨,୩୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସମସ୍ତ ହିତଧାରକଙ୍କ ସହିତ ସତର୍କ ସୂଚନା ଆବଣ୍ଟନ କରାଯାଉଛି । ସେ କହିଥିଲେ ଯେ ଏକ ସପ୍ତାହ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ପଠା ଯାଇଥାଏ ଏବଂ ୱେବସାଇଟରେ ସମସ୍ତଙ୍କ ପାଇଁ ସୂଚନା ଉପଲବ୍ଧ ଅଛି ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବିଶ୍ୱର ସବୁଠାରୁ ଆଧୁନିକ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ସ୍ଥାପନ ପାଇଁ କାର୍ଯ୍ୟ କରାଯାଇଛି । ସେ କହିଥିଲେ ଯେ ୭ ଦିନ ପୂର୍ବରୁ ବିପର୍ଯ୍ୟୟର ପୂର୍ବାନୁମାନ କରିବାର କ୍ଷମତା ଥିବା ଶୀର୍ଷ ୪ - ୫ଟି ଦେଶ ମଧ୍ୟରେ ଭାରତ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଅଧିକାଂଶ ଦେଶରେ ମାତ୍ର ତିନି ଦିନ ପୂର୍ବରୁ ଏଭଳି ପୂର୍ବାନୁମାନ କରିବାର କ୍ଷମତା ରହିଛି ।

ବର୍ଷା, ଝଡ଼, ବାତ୍ୟା, ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ, ସୁନାମି, ଭୂମିକମ୍ପ, ଭୂସ୍ଖଳନ ଏବଂ ଏପରିକି ବଜ୍ରପାତର ରିପୋର୍ଟ କରିବା ପାଇଁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ଯଦି ବିରୋଧୀମାନେ ପ୍ରକୃତରେ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ବିଷୟରେ ସଚେତନ ନୁହନ୍ତି, ତେବେ ଏହା ଏକ ଉତ୍ତମ ପରିସ୍ଥିତି ନୁହେଁ, କିନ୍ତୁ ଯଦି ଏ ବିଷୟ ସେମାନଙ୍କୁ ଜଣା ଅଛି ଏବଂ ସେମାନେ ଏହା କେବଳ ରାଜନୀତି ପାଇଁ କରୁଛନ୍ତି, ତା'ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଅନେକ ରାଜ୍ୟ ଏହାକୁ ବ୍ୟବହାର କରିଛନ୍ତି ଏବଂ ଅନୁକୂଳ ଫଳାଫଳ ପାଇଛନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ତାଙ୍କ ଅନୁମୋଦନ କ୍ରମେ ବିପର୍ଯ୍ୟୟ ଆଶଙ୍କାରେ ଭାରତ ସରକାର ୨୦୨୪ ଜୁଲାଇ ୨୩ ତାରିଖରେ ୯ଟି ଏନଡିଆରଏଫ ଦଳଙ୍କୁ ହେଲିକପ୍ଟର ଯୋଗେ କେରଳକୁ ପଠାଇଥିଲେ । କେରଳ ସରକାର ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ କାହିଁକି ବିଫଳ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କେରଳ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥାନ୍ତେ, ତେବେ ଅନେକ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହିବା ସହିତ ସେ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ।

ଶ୍ରୀ ଅମିତ ଶାହ କହିଥିଲେ ଯେ ରାଜ୍ୟଗୁଡ଼ିକ ନିଜ ଇଚ୍ଛାରେ ଏସଡିଆରଏଫରୁ ୧୦ ପ୍ରତିଶତ ପାଣ୍ଠି ପ୍ରଦାନ କରି ପାରିବେ ଏବଂ କେନ୍ଦ୍ରର ବିନା ଅନୁମୋଦନରେ ନିର୍ଦ୍ଧାରିତ ମାର୍ଗଦର୍ଶିକା ପାଳନ କରି ୧୦୦ ପ୍ରତିଶତ ଅର୍ଥ ବ୍ୟବହାର କରି ପାରିବେ । ୨୦୧୪ରୁ ୨୦୨୪ ମଧ୍ୟରେ ପଶ୍ଚିମବଙ୍ଗ ପାଇଁ ୬୨୪୪ କୋଟି ଟଙ୍କା ମଞ୍ଜୁର ହୋଇଛି । ସେଥି ମଧ୍ୟରୁ ୪,୬୧୯ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୨୪ ଜୁଲାଇ ୨୩ ତାରିଖରେ ପଠା ଯାଇଥିବା ଏନଡିଆରଏଫର ୯ଟି ବାଟାଲିୟନ ବ୍ୟତୀତ ଗତକାଲି ଆଉ ୩ଟି ବାଟାଲିୟନ ପଠାଯାଇଛି । କେରଳ ସରକାର ଓ ଲୋକଙ୍କ ସହ ଠିଆ ହେବାର ଏହା ସମୟ ବୋଲି ସେ କହିଥିଲେ । ଏହି ସଙ୍କଟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ ସରକାରଙ୍କ ସହ ଦୃଢ଼ତାର ସହ ଠିଆ ହେବେ ବୋଲି ଶ୍ରୀ ଶାହ ଦୋହରାଇଥିଲେ ।

ମଙ୍ଗଳବାର କେରଳର ୱାଏନାଡ ଜିଲ୍ଲାରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଛି । ସକାଳେ ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ଘଟିଥିଲା । ଏହା ପରେ ବିନାଶର ଏକ ଭୟଙ୍କର ଦୃଶ୍ୟ ଦେଖିବାପାଇଁ ମିଳିଛି । ବର୍ତ୍ତମାନ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦ ପାର କରିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦିନ ରାତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଶେଷ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୨୦୫ ଜଣଙ୍କ ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଗଛଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇଯାଇଛି । ଗତ ଦୁଇ ଦିନ ମଧ୍ୟରେ ୧୫୯୨ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହୁରି ଅନେକ ଲୋକଙ୍କୁ କିଛି ଘଣ୍ଟା ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଆଶା ରଖାଯାଇଛି ଏଥି ସହିତ ଭୂସ୍ଖଳନରେ ଫସି ରହିଥିବା ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ସାତୋଟି ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରଣ କରାଯାଇଛି । ୨୦୧ ଜଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୮୦୧୭ ଲୋକଙ୍କୁ ୮୨ଟି ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରଣ କରାଯାଇଛି ।ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) କର୍ମଚାରୀ, ପୋଲିସ, ସମସ୍ତ ତିନୋଟି ସଶସ୍ତ୍ର ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସମେତ ଏକ ବିଶେଷଜ୍ଞ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।

ୱାଏନାଡ ଜିଲ୍ଲାର ୮୨ ଟି ରିଲିଫ କ୍ୟାମ୍ପରେ ସମୁଦାୟ ୮୦୧୭ ଜଣ ଲୋକ ଅଛନ୍ତି। ଏଥିରେ ୧୯ ଜଣ ଗର୍ଭବତୀ ମହିଳା ଥିବା ନେଇ ସୂଚନା ରହିଛି । ନଦୀରେ ଭାସୁଥିବା ଏବଂ ମାଲାପୁରାମ ଜିଲ୍ଲାରୁ ମୃତଦେହ ଉଦ୍ଧାର ପାଇଁ ପ୍ରସ୍ତୁତି ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ୧୧୬୭ କର୍ମଚାରୀଙ୍କ ଏକ ଟିମ୍ ନିୟୋଜିତ ଅଛନ୍ତି । ୧୦ ଟି ଷ୍ଟେସନ ଅଧିକାରୀଙ୍କ ନେତୃତ୍ୱରେ ନିକଟସ୍ଥ ଜିଲ୍ଲାରୁ ୬୪୫ ଅଗ୍ନିଶମ କର୍ମଚାରୀ। ୯୪ NDRF କର୍ମଚାରୀ, ୧୬୭ DSC କର୍ମଚାରୀ, MEGର ୧୫୩ କର୍ମଚାରୀ ଏବଂ ଗତକାଲି କୋଷ୍ଟଗାର୍ଡ କର୍ମଚାରୀମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+