Budget 2025: 'ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି ମଧ୍ୟବିତ୍ତ'

ନୂଆଦିଲ୍ଲୀ : ସଂସଦରେ ୨୦୨୫-୨୬ ସାଧାରଣ ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏଥର ବଜେଟରେ ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ ଘୋଷଣା କରାଯାଇଛି। କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯାଇଛି। କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି।

୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଟିକସ ରହିଛି। ୧୬ ଲକ୍ଷ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଟିକସ ରହିଛି। ସେହିପରି ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫ ପ୍ରତିଶତ ଟିକସ ରହିଛି। ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ ପ୍ରତିଶତ ରହିଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ।

pm modi

ବଜେଟ ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କହିଛନ୍ତି, 'ମଧ୍ୟବିତ୍ତ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଅଛନ୍ତି। ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ହୋଇଛି । କେବଳ ଏତିକି ନୁହେଁ, ମଧ୍ୟବିତ୍ତଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରସ୍ତାବିତ ଟିକସ ଛାଡ ବହୁ ଦୂର ଯିବ ବୋଲି ଶାହା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+