ସଶସ୍ତ୍ର ବାହିନୀର ତ୍ୟାଗ ଓ ସମର୍ପଣ ଯୋଗୁଁ ଦେଶ ସୁରକ୍ଷିତ ରହିଛି: ସ୍ୱରାଷ୍ଟ୍ରମନ୍ତ୍ରୀ
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ସଶସ୍ତ୍ର ବାହିନୀର ତ୍ୟାଗ ଓ ସମର୍ପଣ ଯୋଗୁଁ ଦେଶ ସୁରକ୍ଷିତ ରହିଛି । ସିରୋହି ଜିଲ୍ଲାର ଆବୁ ରୋଡ୍ ସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟାଳୟରେ ଆଜି ସୁରକ୍ଷା ବାହିନୀ ସମ୍ପର୍କିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି । ସେ କହିଛନ୍ତି, ବରଫାବୃତ୍ତ ଉପତ୍ୟକା ଏବଂ ଗରମ ମରୁଭୂମିରେ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷାବାହିନୀ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ବ୍ୟତୀତ ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବାରେ ସବୁ ରାଜ୍ୟର ପୁଲିସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ଭାରତ ପ୍ରଥମେ ପ୍ରଦାନ କରିଥିଲା । ଯୋଗ ଓ ଆଧ୍ୟାତ୍ମିକତା ମାଧ୍ୟମରେ ମନ, ଶରୀର, ବୁଦ୍ଧି ଏବଂ ଆତ୍ମାକୁ ଏକାଠି କରି ପ୍ରଗତି ପଥରେ ଆଗେଇ ନେବାରେ ଭାରତର ପୁରୁଣା ପରମ୍ପରା ଏବେ ମଧ୍ୟ ଉଜ୍ଜୀବିତ ହୋଇ ରହିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜୁନ୍ ୨୧ରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଯୋଗଦିବସ ପାଳନ କରାଯାଉଛି । ଆମର ବୈଦିକ ପରମ୍ପରା ଏବଂ ଯୋଗର ଐତିହ୍ୟକୁ ଏହା ମାଧ୍ୟମରେ ସମଗ୍ର ବିଶ୍ୱକୁ ସମର୍ପଣ କରାଯାଇଛି । ବିଶ୍ୱର କୋଟି କୋଟି ଲୋକ ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକତାରେ ସାମିଲ ହୋଇ ନିଜ ଜୀବନ ଶୈଳୀକୁ ଅଧିକ ଉନ୍ନତ କରିପାରିଛନ୍ତି ବୋଲି ସେ କହିଛନ୍ତି ।












Click it and Unblock the Notifications