ଅମିତ ଶାହ ଫେକ୍ ଭିଡିଓ ମାମଲା: ୧୬ ଜଣେ ନେତାଙ୍କୁ ସମନ ଜାରି, ୭ ରାଜ୍ୟରେ ପହଞ୍ଚିଲା ଦିଲ୍ଲୀ ପୋଲିସ
Amit Shah Fake Video Case: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ୍ ଭିଡିଓ ମାମଲା । ଦିଲ୍ଲୀ ପୋଲିସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ସାତୋଟି ରାଜ୍ୟର 16 ଜଣ ନେତାଙ୍କୁ ସମନ ଜାରି କରିଛି । ସେହିପରି ଏହି ମାମଲାର ଯାଞ୍ଚ୍ କରିବା ପାଇଁ ପୋଲିସ ରାଜସ୍ଥାନ,ଝାଡଖଣ୍ଡ, ନାଗାଲାଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଏବଂ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବା ନେଇ ସୂଚନା ରହିଛି ।
ସୂଚନାନୁସାରେ, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥୀ, ରାଜସ୍ଥାନ ଏବଂ ନାଗାଲାଣ୍ଡର ଦୁଇ କଂଗ୍ରେସ ନେତାଙ୍କୁ ମଧ୍ୟ ମୋବାଇଲ ଫୋନ୍ ସହ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ସୋମବାର ଦିନ ରେଭନ୍ତ ରେଡ୍ଡୀ ସହିତ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଶିବ କୁମାର ଅମ୍ବାଲା, ଆସମା ତସଲିମ, ସତୀଶ ମନେ ଏବଂ ନବୀନ ପେଟେମଙ୍କୁ ଆସନ୍ତା ମେ ୧ ତାରିଖରେ ପୋଲିସ ହାଜର ହେବାକୁ ଡକାଯାଇଛି ।

ରବିବାର ଦିନ ବିଜେପି ଏବଂ ଗୃହ ମନ୍ତ୍ରଣାଳୟର ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଏହା ପରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ସାଇବର ୱିଙ୍ଗର IFSO ୟୁନିଟ୍ ମଧ୍ୟ ଏକ ମାମଲା ରୁଜୁ କରିଥିଲା । IANS ସହିତ ଉପଲବ୍ଧ FIR ର କପି ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଅଭିଯୋଗରେ କହିଛି ଯେ ଫେସବୁକ୍ ଏବଂ ଟ୍ୱିଟରରେ କିଛି ଫେକ୍ ଏଡିଟେଡ୍ ଭିଡିଓ ପ୍ରଚାର କରାଯାଉଥିବା ଜଣାପଡିଛି।
ମନ୍ତ୍ରଣାଳୟର ଅଭିଯୋଗ ଅଭିଯୋଗ କରିଛି ଯେ, ରିୟଲ ଭିଡିଓକୁ ଏଡିଟ୍ କରାଯାଇଛି । ଏପରି ଭିଡିଓ ଶାନ୍ତି ଏବଂ ଶୃଙ୍ଖଳା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବ୍ୟବସ୍ଥା ବାତିଲ କରିବାକୁ କୁହାଯାଇଥିବାର ଦେଖିବା ପାଇଁ ମିଳିଛି ।












Click it and Unblock the Notifications