ଆଡଭାନୀଙ୍କୁ ପଛରେ ପକାଇଲେ ଶାହ, କଲେ ନୂଆ ରେକର୍ଡ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଏହି ପଦବୀରେ ରହିବାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଅଗଷ୍ଟ ୪, ୨୦୨୫ ସୁଦ୍ଧା ଅମିତ ଶାହ ଗୃହମନ୍ତ୍ରୀ ଭାବରେ ୨,୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି । ଏହା ପୂର୍ବରୁଦେଶରେ ଗୃହ ମନ୍ତ୍ରୀ ଭାବେ ୨ ଜଣ ସର୍ବାଧିକ ସମୟ ଧରି କାର୍ଯ୍ୟ କରିଥିଲେ। ଜଣେ ହେଲେ କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତ ଓ ଆଉ ଜଣେ ହେଲେ ବିଜେପିର ଲାଲ କୃଷ୍ଣ ଆଡଭାନୀ।
ଆଡଭାନୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ୧୯୯୮ ମସିହା ମାର୍ଚ୍ଚ ୧୯ରୁ ୨୦୦୪ ମେ' ୨୨ ଯାଏ କାର୍ଯ୍ୟ କରିଥିଲେ। ଏହାର ଅର୍ଥ ସେ ୨୨୫୬ ଦିନ ଏହି ପଦରେ ରହିଥିଲେ। ଗୋବିନ୍ଦ ବଲ୍ଲଭ ପନ୍ତ ୬ ବର୍ଷ ୫୬ ଦିନ ଅର୍ଥାତ ୧୯୫୫ ମସିହା ଜାନୁଆରୀ ୧୦ରୁ ୧୯୬୧ ମସିହା ମାର୍ଚ୍ଚ ୭ ଯାଏ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିଥିଲେ।

ଅମିତ ଶାହ ୨୦୧୯ ମସିହା ମେ' ୩୦ରେ ପ୍ରଥମଥର ଦେଶର ଗୃହ ମନ୍ତ୍ରୀ ହୋଇଥିଲେ। ଏହି ପଦରେ ସେ ୨୦୨୪ ଜୁନ ୯ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ୨୦୨୪ ଜୁନ ୧୦ରେ ସେ ପୁଣି ଗୃହ ମନ୍ତ୍ରୀ ହୋଇଥିଲେ। ଏବେ ବି ସେ ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟତୀତ ଶ୍ରୀ ଶାହ ଦେଶର ପ୍ରଥମ କର୍ପୋରେସନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରୁଛନ୍ତି।












Click it and Unblock the Notifications