ବିଚ ରାସ୍ତାରେ ମହିଳାଙ୍କୁ ମାଡ, ଭିଡିଓ ସେୟାର କରି ମମତାଙ୍କୁ ଟାର୍ଗେଟ୍ କଲେ ବିଜେପି ନେତା

କୋଲକାତା : ଶେଷ ହୋଇଛି ଚବିଶି ସାଧାରଣ ନିର୍ବାଚନ । କିନ୍ତୁ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ମହିଳା ଓ ଜଣେ ଯୁବକଙ୍କୁ ନିର୍ମମ ଭାବେ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଲକ୍ଷ୍ମୀକାନ୍ତପୁରର ବୋଲି ସେ ଦାବି କରିଛନ୍ତି ।

ଏହାପୂର୍ବରୁ ଗୁରୁବାର (୨୭ ଜୁନ୍ ୨୦୨୪) ଅମିତ ମାଲଭିଆ ସିଏମ ମମତା ବାନାର୍ଜୀଙ୍କ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ପଶ୍ଚିମବଙ୍ଗରେ ବଢ଼ୁଥିବା ରାଜନୈତିକ ହିଂସା ଏକ ଚିନ୍ତାର ବିଷୟ । କୋଚବେହେରା ଜିଲ୍ଲାରେ ଜଣେ ମହିଳା ବିଜେପି ଦଳର କର୍ମୀଙ୍କୁ ନିର୍ବସ୍ତ୍ରକରି ମାଡ଼ ମାରି ଥିବା ଅଭିଯୋଗ କରିଥିଲେ

woman brutally beaten in west bengal

ଏହା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୁବେନ୍ଦୁ ଅଦିକାରୀ ଶୁକ୍ରବାର (ଜୁନ୍ ୨୮) ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର କୋଚ ବେହେରା ଜିଲ୍ଲାରେ ଟିଏମସି ସମର୍ଥକମାନେ ତାଙ୍କ ଦଳର ସଂଖ୍ୟାଲଘୁ ଦଳର ଜଣେ ମହିଳା ନେତାଙ୍କୁ ଆକ୍ରମଣ କରିଥିଲେ ।

ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଅଦିକାରୀ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସେ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚ୍‌ଆରସି ), ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଏବଂ ଜାତୀୟ ସଂଖ୍ୟାଲଘୁ କମିଶନ (ଏନସିଏମ) କୁ ଚିଠି ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+