ବିବାଦ ମଧ୍ୟରେ ଆଜି ପୁଣି NEET UG ପରୀକ୍ଷା ଦେବେ ୧୫୬୩ ପରୀକ୍ଷାର୍ଥୀ

ଆଜି ଦେଶର ୬ ଟି ସହରରେ ପୁନର୍ବାର NEET-UG ପରୀକ୍ଷା ଚାଲିଛି । ଏହି ପରୀକ୍ଷା କେବଳ ୧୫୬୩ ପ୍ରାର୍ଥୀଙ୍କ ପାଇଁ । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ। ପୁନଃ ପରୀକ୍ଷା ଅପରାହ୍ନ ୨ ଟାରୁ ୫:୨୦ପର୍ଯ୍ୟନ୍ତ କରାଯିବ। କେବଳ ସେହି ପ୍ରାର୍ଥୀମାନେ ଯେଉଁମାନେ ଏହି ପରୀକ୍ଷାରେ ଗ୍ରେସ୍ ମାର୍କ ପାଇଥିଲେ ସେମାନେ NEET-UG ପୁନଃ- ପରୀକ୍ଷାରେ ଉପସ୍ଥିତ ହେଉଛନ୍ତି ।

NEET UG exam

କହିରଖୁ ମେ' ୫ ତାରିଖରେ NEET UG ପରୀକ୍ଷା ହୋଇଥିଲା। ତେବେ ଏହି ପରୀକ୍ଷାରେ ପେପର୍‌ ଲିକ୍ ହୋଇଥିବା କଥା ସାମ୍ନାକୁ ଆସିଛି। ଏହି ମାମଲା ସୁପ୍ରିମକୋର୍ଟରେ ଅଛି। ଗତ ଥରର ପରୀକ୍ଷାରେ ମିଳିଥିବା ଗ୍ରେସ୍‌ ମାର୍କକୁ ରଦ୍ଦ କରାଯିବା ପରେ ପୁନର୍ବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଆଜି ଆୟୋଜିତ କରାଯାଉଛି। ତେବେ ନିଟ୍‌-ୟୁଜି କାଉନସେଲିଂ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

NEET UG ରେ ୭୨୦ମାର୍କ ମଧ୍ୟରୁ ମୋଟ 67 ଛାତ୍ରଛାତ୍ରୀ ୭୨୦ ମାର୍କ ରଖି ଟପ୍ପର ହୋଇଥିଲେ। ସେଥିମଧ୍ୟରୁ ୬ ଜଣ ଛାତ୍ର ଗୋଟିଏ ହିଁ ସେଣ୍ଟରର ଥିଲେ। ଏହା ପରେ ଏହି ପରୀକ୍ଷାରେ ହେରଫେର ହୋଇଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ ଚାରିଆଡେ ବର୍ତ୍ତମାନ ବିରୋଧ ଜାରି ରହିଛି। ଏହି ପେପର୍‌ ଲିକ୍‌ ମାମଲାରେ ୧୦ରୁ ୧୫ ଜଣ ଗିରଫ ମଧ୍ୟ ହୋଇ ସାରିଲେଣି।

ସେପଟେ ଶନିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଆଜି ଅନୁଷ୍ଠିତ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଖୁବ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ସରକାର କହିଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ତଥା ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+