କୁନାଲ କାମରାଙ୍କୁ ସମନ ପଠାଇଲା ପୋଲିସ, ଏମିତି କହିଲେ ଷ୍ଟାଣ୍ଡଅପ୍ କମେଡିଆନ ......
ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କ ବିବାଦ ବଢିବାରେ ଲାଗିଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ବିବାଦୀୟ କବିତା ଲେଖି ଆଇନ ଫାଶରେ ପଡିଛନ୍ତି କୁନାଲ । ପୂର୍ବରୁ କୁନାଲଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏବେ ପୋଲିସ ସମନ ପଠାଇଛି । ଏହା ପୂର୍ବରୁ ଏମଆଇଡିସି ପୋଲିସ କୁନାଲଙ୍କ ବିରୋଧରେ ମାମଲା ଦାୟର କରିଥିଲା, ଯାହାକୁ ଆଗକୁ ଯାଞ୍ଚ ପାଇଁ ଖାର ପୋଲିସକୁ ଟ୍ରାନ୍ସଫର କରାଯାଇଛି ।
କୁନାଲ କାମରାଙ୍କୁ ଖାର ପୋଲିସ ତାଙ୍କ ଘରକୁ ସମନ ପଠାଇଛି । କୁନାଲ ଏବେ ମୁମ୍ବାଇରେ ନାହାନ୍ତି, ତେଣୁ ତାଙ୍କ ବାପାଙ୍କୁ ସମନ ଦିଆଯାଇଛି । ଏହାଛଡା ପୋଲିସ କୁନାଲଙ୍କ ହ୍ବାଟସଆପ୍ ଜରିଆରେ ସମନ ପଠାଇଛି । ପଚରାଉଚରା ପାଇଁ ଯାଞ୍ଚ ଅଧିକାରୀଙ୍କ ସାମ୍ନାରେ ହାଜର ହେବା ପାଇଁ କୁହାଯାଇଛି ।

ଏକନାଥ ସିନ୍ଦେଙ୍କ ଉପରେ ବିବାଦୀୟ କବିତା ଲେଖିବା ବିବାଦକୁ ନେଇ କୁନାଲ ଗତରାତିରେ ଏକ ମନ୍ତବ୍ୟ ଜାରି କରିଛନ୍ତି । ଯେଉଁଥିରେ କୁନାଲ ଭୁଲ୍ ମାଗିବେ ନାହିଁ ବୋଲି କହିଛନ୍ତି । ମୁଁ କ୍ଷମା ମାଗିବି ନାହିଁ । ମୁଁ ଯାହା କହିଥିଲି, ତାହା ହିଁ ଅଜିତ ପାୱାର ଏକନାଥ ସିନ୍ଦେଙ୍କ ବିଷୟରେ କହିଥିଲେ । ମୁଁ ଏହି ଭିଡ଼କୁ ଭୟ କରେ ନାହିଁ । ମୁଁ ମୋ ବିଛଣା ତଳେ ଲୁଚି ରହି ଘଟଣା ଶାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ନାହିଁ । ମନୋରଞ୍ଜନ ସ୍ଥାନ କେବଳ ଏକ ମଞ୍ଚ, ସମସ୍ତ ପ୍ରକାରର ଶୋ ପାଇଁ ଏକ ସ୍ଥାନ । ହାବିଟାଟ୍ (କିମ୍ବା ଅନ୍ୟ କୌଣସି ସ୍ଥାନ) ମୋର କମେଡି ପାଇଁ ଦାୟୀ ନୁହେଁ ।
ସୂଚନାଯୋଗ୍ୟ, କାମରା ଲୋକପ୍ରିୟ ହିନ୍ଦୀ ଗୀତ 'ଦିଲ୍ ତୋ ପାଗଲ୍ ହେ'କୁ ଆଧାର କରି ସିନ୍ଦେଙ୍କୁ ବିଶ୍ବାସଘାତକ ଏବଂ 'ଗଦ୍ଦର' କହି ବ୍ୟଙ୍ଗ କରିଥିଲେ । ମହାରାଷ୍ଟ୍ରରେ ନିକଟରେ ହୋଇଥିବା ରାଜନୈତିକ ସ୍ଥିତି ଏବଂ ଶିବସେନା ଓ ଏନସିପି ହୋଇଥିବା ଫାଟ ସଂକ୍ରାନ୍ତରେ ସେ ମଜା କରିଥିଲେ । ସେ କହିଥିଲେ, ' ମେରି ନଜର ସେ ତୁମ୍ ଦେଖୋ ତୋ ଗଦ୍ଦର ନଜର ୱ ଆୟେ'। କାମରା କହିଛନ୍ତି, ଶିବସେନା ପ୍ରଥମେ ବିଜେପିରୁ ବାହାରି ଆସିଲା ଏବଂ ପରେ ଶିବସେନାରୁ ବାହାରି ଆସିଲା । ଏନସିପିରୁ ବି ଏନସିପି ବାହାରି ଆସିଲା । ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ୍ ଦେଲେ। ଏହାଦ୍ବାରା ଭୋଟରମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications