କେନ୍ଦ୍ରୀୟ ସଚିବାଳୟର ଶତାଧିକ ଅଧିକାରୀ ଓ କର୍ମଚାରୀ କରୋନା ପଜିଟିଭ, ଆସନ୍ତା ବଜେଟ ପ୍ରସ୍ତୁତିରେ ହୋଇପାରେ ସମସ୍ଯା

ନୂଆଦିଲ୍ଲୀ: ଦେଶରେ କରୋନାର ୩ୟ ଲହର ଜନ୍ମ ଦେଇଛି ଏକାଧିକ ସଙ୍କଟକୁ। ଗୁରୁତର ସ୍ୱାସ୍ଥ୍ୟ ସମସ୍ଯା ସହିତ ବିଭିନ୍ନ କ୍ଷେତ୍ରକୁ ଏହା ପ୍ରଭାବିତ କରିବାରେ ଲାଗିଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଭଳି ରାଜ୍ୟରେ ନିର୍ବାଚନ ଜନିତ ଜନଗହଳି ପରିସ୍ଥିତିକୁ ଆହୁରି ଜଟିଳ କରିବା ସମ୍ଭାବନା ରହିଛି। ସବୁଠାରୁ ଗୁରୁତ୍ଵପୂର୍ଣ ବିଷୟ ହେଲା ବଜେଟ ଅଧିବେଶନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରୀୟ ସଚିବାଳୟର ଅଧିକାରୀମାନଙ୍କ କରୋନା ସଂକ୍ରମିତ ହେବା ସରକାରଙ୍କୁ ଅକଳରେ ପକାଇଛି ।

budget

ଦେଶରେ କରୋନାର ତୀବ୍ର ସଂକ୍ରମଣ ମଧ୍ୟରେ ଆଉ ଏକ ସମସ୍ଯା ହେଲା ସରକାରୀ କାର୍ଯ୍ୟରେ ସଂକ୍ରମଣର ପ୍ରଭାବ। ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ଅଧିକାରୀ ଏବଂ କର୍ମଚାରୀଙ୍କୁ କରୋନା ସଂକ୍ରମଣ ହେବ ଦ୍ଵାରା କାର୍ଯ୍ୟରେ ବିଘ୍ନ ସୃଷ୍ଟି ହେଉଛି। ଲୋକସଭା ଏବଂ ରାଜ୍ୟସଭା ତଥା କେନ୍ଦ୍ରୀୟ ସଚିବାଳୟର 400ରୁ ଅଧିକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଯାଇଛନ୍ତି। ଏହି ମାସରୁ ବଜେଟ ଅଧିବେଶନ ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା ବଜେଟ ଅଧିବେଶନ ସଂକ୍ରାନ୍ତ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଯାଇଥାଏ। ବିଭିନ୍ନ ମନ୍ତ୍ରାଳୟ ସହିତ ସମନ୍ଵୟ ରକ୍ଷା କରି ବଜେଟ ଦସ୍ତାବିଜ ପ୍ରସ୍ତୁତ ହୋଇଥାଏ। ଏହି କାର୍ଯ୍ୟରେ ସାମିଲ ହୁଅନ୍ତି ଏକାଧିକ ବିଭାଗ, ମନ୍ତ୍ରୀ, ଅଧିକାରୀ ଏବଂ ବରିଷ୍ଠ ପଦଧିକାରୀଗଣ । ସଚିବାଳୟରେ ରେକର୍ଡ ସଂଖ୍ୟକ କର୍ମଚାରୀ ଓ ଅଧିକାରୀ କରୋନା ସଂକ୍ରମିତ ହେବା ଦ୍ଵାରା ବଜେଟ ପ୍ରସ୍ତୁତିରେ ଘୋର ସଙ୍କଟ ଦେଖାଦେଇଛି। ସୂଚନା ଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଯେଉଁ ସବୁ ରାଜ୍ୟଗୁଡିକରେ ସଂକ୍ରମଣ ବଢିବାରେ ଲାଗିଛି, ସେହି ରାଜ୍ୟକୁ ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବୈଷୟିକ ସହାୟତା ଯୋଗାଇଦେବାକୁ ସେ ଗୁରୁତ୍ଵାରୋପ କରିଛନ୍ତି। ଏଥିସହିତ ଟୀକାକରଣ ଏବଂ ଏହି ସମ୍ପର୍କିତ ଗବେଷଣା ଉପରେ ଅଧିକ ଗୁରୁତ୍ଵ ଦେବାକୁ କହିଛନ୍ତି ମୋଦୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+