ଦିଲ୍ଲୀରେ ଭୟଙ୍କର ହେଲା ଜଳ ସଙ୍କଟ
ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖାଦେଇଛି ଗମ୍ଭୀର ଜଳ ସଙ୍କଟ । ଗତ କିଛି ଦିନ ହେବ କେତେକ ଅଞ୍ଚଳକୁ ପାଣି ଯୋଗାଣ ହୋଇ ପାରୁ ନାହିଁ । ପାଣି ପାଇଁ ଅନେକ ଅଞ୍ଚଳରେ ଲୋକମାନେ ବାଲ୍ଟି ଏବଂ ପାଇପ ସହିତ ପାଣି ଟ୍ୟାଙ୍କର୍ ପଛରେ ଦୌଡୁଥିବା ଦେଖିବାକୁ ମିଳିଛି।ଲୋକମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। ସଙ୍କଟ ଏତେ ବଡ ଯେ ଗୁରୁବାର ଦିଲ୍ଲୀ ସରକାରଙ୍କୁ ଜରୁରୀକାଳୀନ ବୈଠକ ଡାକିଛନ୍ତି।
ଏହା ବ୍ୟତୀତ ଜଳ ଅପଚୟ ଉପରେ ଜରିମାନା ଲାଗୁ କରାଯାଇଛି। ଏଭଳି ସ୍ଥିତି ପାଇଁ ଆମ୍ ଆଦମୀ ପାର୍ଟି ଦାୟୀ କରିଛି । ହରିୟାଣାରୁ ଦିଲ୍ଲୀକୁ ଯ ର୍ଟି (ଆପ୍) ହରିୟାଣାକୁ ଯମୁନା ପାଣି ଛଡ଼ା ନ ଯିବା ଏହାର ବଡ଼ ବଡ଼ କାରଣ ବୋଲି ଆପ୍ କହିଛି । ଅନ୍ୟପଟେ ଜଳର ଘୋର ଅଭାବ ମଧ୍ୟରେ ହରିଆଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରୁ ଅତିରିକ୍ତ ଜଳ ଯୋଗାଣ ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।ଦିଲ୍ଲୀ ସରକାର ତାଙ୍କ ଆବେଦନରେ କହିଛନ୍ତି ଯେ ପ୍ରବଳ ଗରମ ମଧ୍ୟରେ ଜାତୀୟ ରାଜଧାନୀରେ ଜଳର ଘୋର୍ ଆବଶ୍ୟକତା ବୃଦ୍ଧି ପାଇଛି।

ପ୍ରବଳ ଉତ୍ତାପରେ ଦିଲ୍ଲୀର ଜଳର ଆବଶ୍ୟକତା ବୃଦ୍ଧି ପାଇଥିବା ବେଳେ ଲୋକ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଦେଶ ରାଜଧାନୀର ଆବଶ୍ୟକତା ପୂରଣ କରିବା ସମସ୍ତଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି।












Click it and Unblock the Notifications